ବାଲିପାଟଣା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର

ବାଲିପାଟଣା: ଆଜି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ବିଶ୍ୱନାଥ ଉପ କେନ୍ଦ୍ର ଠାରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ମୋତିଆ ବିନ୍ଦୁ ପରୀକ୍ଷା ଚିହ୍ନଟ ଶିବିରରେ ୨୩ଜଣଙ୍କ ଆଖି ପରୀକ୍ଷା କରାଯାଇଥିବା ଜଣାପଡିଛି । ସେଥିମଧ୍ୟରୁ ୧୧ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରିବା ପରେ ସେମାନଙ୍କୁ ଆଡଭାନସ ଆଖି ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି। ଅନ୍ୟମାନଙ୍କୁ ଆବଶ୍ୟକୀୟ ଔଷଧ ବଣ୍ଟନ କରାଯାଇଛି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ଗୌତମ କୁମାର ଦାସ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଜାତା ଜେନା ଏବଂ ଆଶା ଦିଦି ଅମ୍ବିକା ଶତପଥୀ ସହାୟତା କରିଥିଲେ।
ରିପୋର୍ଟ- ଉତ୍‌କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page