ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ବାଳକାଟୀ: ଆଜି ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ବାଳକାଟୀ ମେଡିକାଲର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ସ୍ୱାସ୍ଥ୍ୟ ଦିବସକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଏହି ଦିବସଟିକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଉପସ୍ଥିତ ଅତିଥି ତଥା ସ୍ୱାସ୍ଥ୍ୟକର୍ମୀମାନେ ଲୋକମାନେ କିପରି ନିଜର ସ୍ୱାସ୍ଥ୍ୟର ଯନô ନେବେ ଏବଂ ସରକାରୀ ଡାକ୍ତରଖାନାରେ କଣ କଣ ସୁବିଧା ସୁଯୋଗ ମିଳିପାରିବ ଏବଂ ଲୋକମାନେ କିପରି ଆସି ଏହାର ଲାଭ ଉଠାଇପାରିବେ ତାହା

ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି ।

ଲୋକମାନେ ସୁସ୍ଥ ଖାଦ୍ୟ ଖାଇବା ସହ ନିଜର ଲାଇଫ୍ ଷ୍ଟାଇଲ୍ କୁ ବଦଳେଇବା, ଯୋଗ ତଥା ପ୍ରାଣାୟାମ ପ୍ରତିଦିନ କରିବା ଏହାସହ ନିଜର ଚତୁଃପାଶ୍ୱର୍ର ପରିବେଶକୁ ଯେତେ ପାରିବା ପରିସ୍କାର ରଖିବା ଜରୁରୀ ବୋଲି ମେଡିକାଲ ମୁଖ୍ୟ ଡାକ୍ତର ତନ୍ମୟ ତି୍ରପାଠୀ ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ହସ୍ତାକ୍ଷର ଅଭିଯାନର କାର୍ଯ୍ୟକ୍ରମ କରାଯିବା ସହ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥିଲା ଯାହାକି ସ୍ୱାସ୍ଥ୍ୟକର୍ମୀମାନେ ଶପଥ ନେଇଥିଲେ ଯେ, ସମସ୍ତଙ୍କୁ ଆମେ ଉଚ୍ଚକୋଟୀର ଏବଂ ନିଶୁଳ୍କ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇବୁ । ଆଜିର ଏହି ଦିବସର ସ୍ଲୋଗାନ ରହିଥିଲା ସ୍ୱାସ୍ଥ୍ୟ ହେଲା ସମସ୍ତଙ୍କର ଅଧିକାର । ଏଥିରେ କେନ୍ଦ୍ରର ସୁପରଭାଇଜର, ଆଇସିଡିଏସ୍ , ପିଏଚ୍ଇଓ ଉପସ୍ଥିତ ରହିବା ସହ ଆଶା, ଅଙ୍ଗନବାଡ଼ି, ଆସିଡିଏଏସ୍ , କମୁ୍ୟନିଟ ହେଲଥ୍ ଅଫିସର ଓ ଜନସାଧାରଣ ସହଯୋଗ କରିଥିଲେ ।
ରିପୋର୍ଟ: ଉତ୍କଳ ବୁଲେଟିନ ବୁ୍ୟରୋ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page