ବି ଜେ ଇ ଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଏତଲା ଦେଲା ଅଭିଭାବକ ସଙ୍ଘ

ଭୁବନେଶ୍ୱର: ବିଜେଇମ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ଏକ 20 ଜଣିଆ ପ୍ରତିନିଧି ଦଳ ବଡ଼ଗଡ ଥାନା ରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ସ୍କୁଲ ଫି ବୃଦ୍ଧି କୁ ନେଇ ବିବାଦ ଲାଗିରହିଥିବା ବେଳେ ଆଜି ଅଭିଭାବକ ମାନେ ଥାନା ର ଦ୍ବାରସ୍ଥ ହୋଇଛନ୍ତି ।ଗତ 6ତାରିଖ ଦିନ ସ୍କୁଲ ପକ୍ଷରୁ ଏକ ପ୍ରେସ ବୈଠକ ଡକା ଯାଇଥିଲା । ଅଭିଭାବକ ସଂଘ ଜାଣିବା ପରେ ଶହ ଶହ ଅଭିଭାବକ ଏକ ନମ୍ବର ଗେଟ ସମ୍ମୁଖରେ ରୁଣ୍ଡ ହୋଇ, ସ୍କୁଲ କହିଥିବା ପ୍ରଶ୍ନ ସବୁ ଉତ୍ତର ଗଣ ମାଧ୍ୟମକୁ ଦେଇଥିଲେ । ସେହି ସମୟରେ ଜଣେ ଯୁବକ ମହିଳା ଅଭିଭାବକ ମାନଂକ ର ଫୋଟୋ ଭିଡିଓ କରିବା, ଅଭିଭାବକ ମାନଙ୍କୁ ମଦ ପିଇ ଗାଳି ଦେଇଥିଲା । ଖବର ନେବାରେ ଜଣା ପଡିଛି ଯେ, ସେ ସ୍କୁଲ ର ବସ ଡ୍ରାଇଭର । ତେଣୁ ଏକ ବୈଠକ ଡକାଯାଇ ଥାନାରେ ଅଭିଯୋଗ କରିବା ପାଇଁ ନିଷ୍ପତି ହୋଇଥିଲା । ଗତ ଦୁଇ ତାରିଖରେ ବଡ଼ଗଡ ଥାନା ଅଧିକାରୀଙ୍କ ମାଧ୍ୟମ ରେ ଅନୁଷ୍ଟିତ ବୈଠକରେ ଫି ବୃଦ୍ଧି କୁ ପୁନଃ ବିଚାର କରିବା ପାଇଁ ଅନୁରୋଧରେ ପ୍ରତ୍ୟେକ ବର୍ଷ ଆୟ ବ୍ୟୟର ହିସାବ ୱେବ୍ ସାଇଟରେ ଅପଲୋଡ କରିବା ପାଇଁ କହିଥିଲେ । ସଠିକ ହିସାବ ଆଜି ପର୍ଯ୍ୟନ୍ତ ଦେଲେ ନାହିଁ । ମାନ୍ୟବର ହାଇକୋର୍ଟ ଙ୍କ ଆଦେଶ ଅନୁଯାୟୀ ଜଷ୍ଟିସ କେ ପି ମହାପାତ୍ରଙ୍କ କମିଟି ରିପୋର୍ଟକୁ ଭୁଲ ଭାବେ ଅlକଳନ କରାଇ ପ୍ରତ୍ୟେକ ମାସ ଫି ବାବଦକୁ କୋଟି କୋଟି ଟଙ୍କା ବେଆଇନ ଆଦାୟ କରିବା ସହିତ ଟଙ୍କା ହେରଫେର ଓ ଜାଲି ଦସ୍ତାବିଜ ଦେଖାଇବା ଅଭିଯୋଗରେ ସ୍କୁଲ କମିଟିର ଚେୟlରମlନ ରଘୁନାଥ ମିଶ୍ର, ମ୍ୟାନେଜର ପ୍ରତାପ ଜେନା ଓ ଅଧ୍ୟକ୍ଷା ସନ୍ଧ୍ୟା ଜେନାଙ୍କ ବିରୁଦ୍ଧରେ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି । ତତ୍ ସହିତ ସ୍କୁଲ୍ ପରିଚାଳନା କମିଟର ଦୁଇ ଜାଲି ସଦସ୍ୟ ସ୍ଲିପା ଦାସ ଓ ଡ ଶାଶ୍ଵତୀ ମିଶ୍ର ଦୁଇ ଜଣ ସ୍କୁଲ ଅଭିଭାବକ ସଂଘର ମନୋନୀତ ପ୍ରତିନିଧି ହୋଇ ନ ଥିବାରୁ ତାଙ୍କ ବିରୁଦ୍ଧରେ ମଧ୍ୟ ମକଦ୍ଦମା ରୁଜୁ କରି କାର୍ଯାନୁଷ୍ଠାନ ପାଇଁ ଆଜି ଲିଖିତ ଅଭିଯୋଗ କରାଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ସଂଘର ସଭାପତି ରଂଜନ କୁମାର ଦାସ ଜଣେଇଛନ୍ତି । ହଜାର ହଜାର ଅଭିଭାବକଙ୍କ ସ୍ୱାର୍ଥ ଓ ନ୍ୟାର୍ଯ୍ୟ ଅଧିକାର ସମ୍ବଳିତ ଏହି ସମ୍ବେଦନଶୀଳ ଅଭିଯୋଗକୁ ତଦନ୍ତ କରି ସ୍କୁଲ କର୍ତ୍ତୃପକ୍ଷଙ୍କ ଦୋଷୀ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଆଇନ ତଃ କଡା କାର୍ଯାନୁଷ୍ଠାନ ପାଇଁ ଅଭିଭାବକ ମହାସଂଘ ର କାର୍ଯ୍ୟ କରୀ ସଭାପତି ପ୍ରସନ୍ନ ବିଷୋୟୀ ଦାବି କରିଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page