ବିନ୍ଦୁସାଗର ଖାଲି ଏକ ଚଳଚିତ୍ର ନୁହେଁ : ଏହା ଏକ ସାଂସ୍କୃତିକ ଜନ ଆନ୍ଦୋଳନ ।

ବାଲିଅନ୍ତା (ଗୋବର୍ଦ୍ଧନ ଦାସ): ଓଡ଼ିଶାର ଭାଷା କଳା ସାହିତ୍ୟ ସସ୍କୂତି ଚଳଚିତ୍ର କୁ ଆଧାର କରି ଗଢ଼ିଉଠିଥିବା ଗୈ।ରବମୟ ପରମପରା , ଯାହା ହେଉଛି ଆମ ଓଡିଆମାନଙ୍କର ଅସ୍ମିତା ତାହାକୁ ଆଜି ଗୋଟିଏ ନୂତନ ଯୁବ କଳାକାର ଗୋଷ୍ଠି ସମଗ୍ର ବିଶ୍ୱ ଦରବାରରେ ଚଳଚିତ୍ର ମାଧ୍ୟମ ରେ ଓଡ଼ିଆମାନଙ୍କର ଆତ୍ମସମ୍ମାନ ଓ ଗୌରବ କୁ ବୃଦ୍ଧି କରି ପାରିଛନ୍ତି ।
ଏହାକୁ ଓଡ଼ିଆ ଚଳଚିତ୍ର ଇତିହାସ ରେ ଏକ ନୂଆ ଯୁଗ ବା ସାଂସ୍କୃତିକ ଜନ ଆନ୍ଦୋଳନ କହିଲେ ଅତ୍ୟୂକ୍ତି ହେବ ନାହି । ସମ୍ପ୍ରତି ବିନ୍ଦୁସାଗର, ମୁରବୀ, ବୋଉ ବୁଟୁ ଭୂତ, ମନ୍ତ୍ରମୁଗ୍ଧ କାଙ୍ଗୁଲା ଭଳି କେତେକ ଅତ୍ୟାଧୁନିକ ଓଡ଼ିଆ ଚଳଚିତ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଓଡ଼ିଆ ଦର୍ଶକ ମାନଙ୍କ ମନରେ ଓଡ଼ିଆ ଚଳଚିତ୍ର କୁ ନେଇ ଏକ ନୂତନ ଆଶା ସଞ୍ଚାର ହେଇଛି । ଏହିସବୁ ଚଳଚିତ୍ର ମଧ୍ୟରୁ ବିନ୍ଦୁସାଗର ଚଳଚିତ୍ରଟି ଏକ ମାଇଲ୍ ଷ୍ଟୋନ୍ । ବିନ୍ଦୁସାଗର ଚଳଚିତ୍ର ଟି ମୁମ୍ବାଇ ର ସୁନାମଧନ୍ୟ ଚଳଚିତ୍ର ପ୍ରଯୋଜକ ଶିଳାଦିତ୍ୟ ଭୋରାଙ୍କ ଦ୍ୱ।ରା ପ୍ରଯୋଜିତ ଓ ଅଭିଷେକ ସ୍ଵାଇଙ୍କ ନିର୍ଦ୍ଦେଶନା ରେ ନିର୍ମାଣ କରାଯାଇଛି ।ଏହାର କାହାଣୀ ରଚନା କରିଛନ୍ତି ଶ୍ରୀଯୁକ୍ତ ଅଭିଷେକ ଦାଶ ।ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର ଆଉ ଦ୍ୱଇପାନୀତ । ଏହି ଚଳଚିତ୍ର ଟି କୁ ସବୁ ଦୃଷ୍ଟିରୁ ଓଡ଼ିଆ ଚଳଚିତ୍ର ଇତିହାସ ରେ ଏକ ନୂତନ ତାର ବ୍ଲକ୍ ସ୍ପଷ୍ଟ ଭାବେ ବାରି ହୋଇ ପଡେ । ଏକ ବିମୁଗ୍ଧ ପ୍ରେମ୍ କାହାଣୀ ମାଧ୍ୟମରେ ଓଡ଼ିଆ ସଂସ୍କୃତିର ମହକ ବିଶ୍ୱବ୍ୟାପୀ ମହକି ଉଠିଛି । ଚଳଚିତ୍ର ର ଆରମ୍ଭରୁ ଶେଷ ଯାଏଁ ଦେଖିଲେ, ଶ୍ରୀଜଗନ୍ନାଥ ଚେତନା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଦିଏ । ଶେଷକୁ ଏକ ଦିବ୍ୟ ଅନୁଭୂତି ଭିତର ଦେଇ ଆତ୍ମାର ଉତ୍ତରଣ ହେଲାଭଳି ଅନୁଭୂତ ହୁଏ । ଦର୍ଶକମାନଙ୍କ ଆଖିରୁ ଝରଝର ଆନନ୍ଦାଶ୍ରୁ କରାଇଦିଏ । ଚଳଚିତ୍ର ନିର୍ମାଣ ଏକ ଦେଉଳ ତୋଳା କାମ ପରି ଏଥିରେ ଗବେଷକ ଡ କାଳନ୍ଦୀ ଚରଣ ସାହୁ ଗବେଷଣାତ୍ମକ ତଥ୍ୟ ଯୋଗାଇଥିବା ବେଳେ ପ୍ଲାଟୁନ୍ ଓଡ଼ିଆ ଟିମ୍ ର ସମସ୍ତ ସଭ୍ୟ ସଭ୍ୟାମାନଙ୍କର ବିଭିନ୍ନ କ୍ଷେତ୍ର ରେ ଅବଦାନ ଚିରଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ । ବିନ୍ଦୁସାଗର ଖାଲି ଏକ ଗ୍ଲୋବାଲ ଓଡ଼ିଆ ଚଳଚିତ୍ର ନୁହେଁ । ଏହା ସମଗ୍ର ଓଡ଼ିଶା ରେ ଏକ ସାସ୍କୃତିକ ଜନ ଆନ୍ଦୋଳନ ।


କଳା ସାହିତ୍ୟ ସଂସ୍କୃତି ରାଜନିତୀ ବିଗ୍ୟାନ ଚଳଚିତ୍ର ଇତ୍ୟାଦି ଯେକୋଣସି କ୍ଷେତ୍ରରେ ଏକ ପରିବର୍ତନ ର ସ୍ୱର ବା ଜନ ଆନ୍ଦୋଳନ ସୃଷ୍ଟି ହେବା ପଛରେ ଏକ ପୃଷ୍ଠଭୂମି ଥାଏ । ସେହିପରି ବିନ୍ଦୁସାଗର ଚଳଚିତ୍ର ଟି ଆଜି ଯେମିତି ସମଗ୍ର ଓଡ଼ିଶା ରେ ଓଡ଼ିଆମାନଙ୍କ ଅସ୍ମିତା କୁ ନେଇ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଏହା ପଛରେ ମଧ୍ୟ ଏକ ପୃଷ୍ଠଭୂମି ରହିଛି ।
ଆଜି ବିନ୍ଦୁସାଗର ଲୋକ ଲୋଚନକୁ ଆସିବା ର ଠିକ୍ ଦଶ ବର୍ଷ ତଳେ ଓଡ଼ିଶାରେ ଓଡ଼ିଆ ଚଳଚିତ୍ର ପ୍ରତି ଓଡିଶାବାସୀଙ୍କ ମନ ଭିତରେ ଗୋଟିଏ ନକାରାତ୍ମକ ଦୃଷ୍ଟି କୋଣ ଚାଲିଥିଲା । ଓଡ଼ିଆ ଚଳଚିତ୍ର କୁ ଆର୍ଟ ଆଉ କମର୍ସିଆଲ ଭଳି ଦୁଇ ଭାଗରେ ବିଭକ୍ତ କରାଯାଇ ଚଳଚିତ୍ର ନିର୍ମାଣ କରାଯାଇ ଆସୁଥିଲା । ଓଡ଼ିଆ ଚଳଚିତ୍ର କୁ ସର୍ବଭାରତୀୟ ସ୍ତରରେ ସମଗ୍ର କରିବା ଅନ୍ୟାନ୍ୟ ଭାଷା ରେ ନିର୍ମିତ ଚଳଚିତ୍ର କୁ ଅନୁକରଣ କରି ଓଡ଼ିଆ ଚଳଚିତ୍ର ନିର୍ମାଣ କରାଯାଇ ଆସୁଥିଲା । ହାଟ ବାଟ ଛକ ଯାଗାରେ ସବୁଠି ଓଡ଼ିଆ ଚଳଚିତ୍ର କୁ ନିନ୍ଦା କରି ଚର୍ଚା କରାଯାଉଥିଲା । ବିଶେଷ କରି ହିନ୍ଦୀ ଆଉ ଦକ୍ଷିଣ ଭାରତୀୟ ଚଳଚିତ୍ର କୁ କପି ଓଡ଼ିଆ ଚଳଚିତ୍ର ବନା ଯାଉଥିଲା । ଏହି ପରିବେଶ ଯେକୈ।ଣସି ଜଣେ ସ୍ୱ ଅଭିମାନୀ ଓଡ଼ିଆ ଙ୍କୁ ବହୁତ କଷ୍ଟ ଦେଇ ଆସୁଥିଲା । ସେତେବେଳେ ଅଧିକାନ୍ଶ ଚଳଚିତ୍ର ରେ ଓଡ଼ିଆତ୍ୱ ନଥିଲା ।ଓଡ଼ିଆମାନେ ନିଜ ଭାଷାରେ ନିର୍ମିତ ଚଳଚିତ୍ର ରେ ନିଜକୁ ନିଜର ଅସ୍ତିତ୍ୱ କୁ ଦେଖିପାରୁ ନଥିଲେ ।ଏହିପରି ଏକ ନକାରାତ୍ମକ ପରିବେଶ ଭିତରୁ ଓଡ଼ିଆ ଚଳଚିତ୍ର କୁ ମୁକ୍ତି ଦେବାପାଇଁ ଆବଶ୍ୟକତା ଥିଲା । ଆଜିକୁ ଦୀର୍ଘ ଦଶ ବର୍ଷ ତଳେ 2016- 17 ମସିହାରେ ଗବେଷକ ଡଃ କାଳନ୍ଦୀ ଚରଣ ସାହୁ ଙ୍କ ପ୍ରଯୋଜନା ଏବଂ ଅଭିଷେକ ସ୍ବାଇଁ ଙ୍କ ନିର୍ଦ୍ଦେଶନା ରେ ଆମେ ଓଡ଼ିଆ ଚଳଚିତ୍ର ରେ ଏକ ନୂତନ ପରିବର୍ତନ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲୁ ।

ଏହି ପରିପ୍ରେଖି ରେ ପ୍ରଥମେ ଆମେ ଆମ ନିଜ ସମ୍ବଳ ଅନୁଶାରେ, ଏ ଡଟର୍ସ ଲେଟର୍ସ, ଥ୍ରୁ ଦି ଆଇଜ ଅଫ୍ ଆନ୍ ଆର୍ଟିଷ୍ଟ, ବ୍ଲାଇଣ୍ଡ, ଫିଉ ମାଇଲ୍ସ ଆଉଏକ, ଡ୍ରପ ଅଫ୍ ୱାଟର ଭଳି କ୍ଷୁଦ୍ର ଓଡ଼ିଆ ଚଳଚିତ୍ର ନିର୍ମାଣ କରି ରାଜ୍ୟ ତଥା ଆନ୍ତର୍ଜାତିକ ସ୍ତରରେ ଅନେକ ପ୍ରସିଦ୍ଧି ପୁରସ୍କାର ତଥା ଲୋକପ୍ରିୟତା ଅର୍ଜନ କରିବା ପାଇଁ ସମର୍ଥ ହୋଇ ପାରିଥିଲୁ । ଏହାଦ୍ୱାରା ଓଡ଼ିଶାର ମୈ।ଳିକ କାହାଣୀ ଓଡ଼ିଶାର ସଂସ୍କୃତି ଅସ୍ତିତ୍ୱ ଅସ୍ମିତା ଓ ଓଡ଼ିଆମାନଙ୍କର ପ୍ରାଣ ସ୍ପନ୍ଦନ କୁ ଆଧାର କରି ବଡ଼ ପରଦା ରେ ବୃହତ ଚଳଚିତ୍ର ନିର୍ମାଣ କରିବା ପାଇଁ ଆମ ଭିତରେ ଯେଉଁ ସ୍ୱପ୍ନ ଥିଲା ତାହା ଆଜି ବିନ୍ଦୁସାଗର ଚଳଚିତ୍ର ମାଧ୍ୟମରେ ସମ୍ଭବ ହୋଇପାରିଥିବା ଚଳଚିତ୍ର ଆଲୋଚକ ତଥା ଓଡ଼ିଆ ଦର୍ଶକ ମହଲ ରେ ଶୁଣିବାକୁ ମିଳୁଛି । ଓଡ଼ିଆ ଚଳଚିତ୍ର ଇତିହାସ ରେ ଏହି ନବ ଜାଗରଣ ବା ନୂତନ ଯୁଗ ଆରମ୍ଭ ହୋଇଛି ।ଏହାର ଭବିଷ୍ୟତ ଯେ ବହୁତ ଉଜ୍ଜଳ ଏଥିରେ ସନ୍ଦେହ ର କୌଣସି ଅବକାଶ ନାହିଁ । ଏଠାରେ ଆପଣମାନଙ୍କୁ ଆମେ ସୂଚେଇ ଦେବାକୁ ଚାହୁଁ ଯେ , ଏହା ପୂର୍ବରୁ ,ଇଣ୍ଟର୍ନାସାନାଲ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ, ଗୋଆ ରେ ୱାଲ୍ଡ ପ୍ରିମିୟମ ହେଇଥିବା ବେଳେ ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲର ରେ 30 ମଇ 2026 କୁ ଆମର ଏହି ଗ୍ଲୋବାଲ ଓଡ଼ିଆ ବିନ୍ଦୁସାଗର ଚଳଚିତ୍ର ଟି ଇଣ୍ଟରନାସନାଲ୍ ପ୍ରିମିୟର ହେବାକୁ ଯାଉଛି । ପରିଶେଷରେ ଏହି ସାଂସ୍କୃତିକ ଜନ ଆନ୍ଦୋଳନ ରେ ଆପଣମାନଙ୍କୁ ସମସ୍ତଙ୍କୁ ସାମିଲ୍ ହେବାପାଇଁ ଅନୁରୋଧ କରୁଅଛି ।

ଡଃ କାଳନ୍ଦୀ ଚରଣ ସାହୁ
ବାଳକାଟୀ, ଖୋର୍ଧା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page