ବିଶିଷ୍ଟ ଭେଷଜ ବିଶାରଦ ଡାକ୍ତର ସୁରେଶ ଚନ୍ଦ୍ର ଦାଶ ଙ୍କ ବିୟୋଗ

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର:
ବିଶ୍ୱ ବିଖ୍ୟାତ ଭେଷଜ ବିଶାରଦ, ଅଖିଳ ଭାରତ ଆୟୁର୍ବେଦବିଜ୍ଞାନ ପ୍ରତିଷ୍ଠାତା,ନେଫରୋଲୋଜି ବିଭାଗ ର ମୁଖ୍ୟ,ତଥା କିମ୍ସ ହସ୍ପିଟାଲର ବରିଷ୍ଠ ପ୍ରଫେସର, ଡାକ୍ତର ସୁରେଶ ଚନ୍ଦ୍ର ଦାଶଙ୍କ 85 ବର୍ଷ ବୟସରେ ପରଲୋକ ଘଟିଛି l ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଗଭିର ଶୋକ ବ୍ୟକ୍ତ କରିବା ସହିତ ମତବ୍ୟକ୍ତ କରିଥିଲେ ଯେ ଡାକ୍ତର ଦାଶ ଥିଲେ ଓଡିଶା ର ଜଣେ ସୁଯୋଗ୍ୟ ସନ୍ତାନ ସହିତ ଚିକିତ୍ସା କ୍ଷେତ୍ରରେ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l 1992 ମସିହା ନଭେମ୍ବର 22 ତାରିଖରେ ପ୍ରଥମ ମୃତବ୍ୟକ୍ତିଙ୍କ ବୃକକ ଆଣି ସହଯୋଗୀ ଡାକ୍ତର ଗୁଲେରିଆଙ୍କ ସହ ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରି ଇତିହାସ ସୃଷ୍ଟି କରିଥିଲେ l ଜଣେ ସରଳ, ମିଷ୍ଠଭାଷୀ ବ୍ୟକ୍ତିତ୍ୱ ର ଅଧିକାରୀ ହେବା ସହିତ ତତ କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପି, ଭି, ନରସିଂହ ରାଓ, ପ୍ରାକ୍ତନ ସାଂସଦ ଅନାଦି ଚରଣ ଦାସ, ଡାକ୍ତର କୃପାସିନ୍ଧୁ ଭୋଇ ପ୍ରମୁଖ ତାଙ୍କ ଗବେଷଣାରେ ମୁଗ୍ଧ ହେବା ସହିତ ପ୍ରଦ୍ୟୁମ୍ନ ବାବୁ ଓ ବରିଷ୍ଠ ଜନନେତା ନିରଞ୍ଜନ ପଟନାୟକଙ୍କ ଘନିଷ୍ଠ ବନ୍ଧୁଭାବେ ଜଣାଶୁଣା ଥିଲେ l ତାଙ୍କ ହଜାର ହଜାର ସନ୍ଦର୍ଭ ବିଶ୍ୱ ବୈଜ୍ଞାନିକ ଜଗତରେ ଉଚ୍ଚ ପ୍ରଶଂସିତ ହେବା ସମଗ୍ର ଓଡ଼ିଆ ଙ୍କ ପାଇଁ ବେଶ ଗର୍ବ ଓ ଗୌରବର ପ୍ରସଙ୍ଗ ବୋଲି ଶ୍ରୀଯୁକ୍ତ ଶତପଥି ସ୍ମୃତିଚାରଣ ପୂର୍ବକ କହିଥିଲେ l
ଦୀର୍ଘ 33 ବର୍ଷର ସମ୍ପର୍କ ରେ ଶାରୀରିକ ଭାବେ ନ ଥିଲେ ମଧ୍ୟ ତାଙ୍କ କର୍ମ, ନିଷ୍ଠା, ଗବେଷଣା, ଚିକିତ୍ସା କ୍ଷେତ୍ର ଆଗାମୀ ଯୁବ ପୀଢ଼ିଙ୍କୁ ପ୍ରେରଣା ଦେବ ବୋଲି ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିବା ସହ ତାଙ୍କ ଅମ୍ଲାନ ସ୍ମୃତିପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page