ବିଶିଷ୍ଟ ସାହିତ୍ୟିକ ଦୟା ଦିଶା ନାୟକଙ୍କୁ ଗୋଲଡେନ ହାର୍ପ ସମ୍ମାନ

ଭୁବନେଶ୍ୱର: ସ୍ଥାନୀୟ ନନ୍ଦନକାନନ ରିସର୍ଟସ ଠାରେ ସାଂସ୍କୃତିକ ଅନୁଷ୍ଠାନ “ଧାରା ଶ୍ରୀରାଧା “ପକ୍ଷରୁ ପୁସ୍ତକ ଉନ୍ମୋଚନ ଓ ଗୋଲଡେନ ହାର୍ପ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସଂଗଠନର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟ ଓ କାର୍ଯ୍ୟକାରୀ ସଭାପତି ସହଦେଵ ଜୟସିଂଙ୍କ ପରିଚାଳନା ଓ ଡ଼ ଚିତ୍ତରଞ୍ଜନ ଭୋଇଙ୍କ ଅତିଥି ପରିଚୟ ଓ

ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀପୁରସ୍କାର ବିଜେତା ବୈଷ୍ଣବ ଚରଣ ସାମଲ, ବିଶିଷ୍ଟ ଅତିଥି ଭାବେ ଶ୍ରୀଲଙ୍କାର ବିଶିଷ୍ଟ ସାହିତ୍ୟିକ ଲେଖକ, ସାମ୍ବାଦିକ ଦୟା ଦିଶାନାୟ କେ, ସମ୍ମାନିତ ଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡ଼ଃ ଅଜିତ କୁମାର ତ୍ରିପାଠୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ଡ଼ ନିରଞ୍ଜନ ସାହୁ,ଉମାକାନ୍ତ ପ୍ରଧାନ,ବିଶିଷ୍ଟ ସାହିତ୍ୟିକ ଭାସ୍କର ପରିଛା,ବିପିନ ବିହାରୀ ପାତ୍ର, ଗୋପାଳ ମହାପାତ୍ର, ଡ଼ ଦିନେଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ଗୌତମ ବୁଦ୍ଧ ସାରା ବିଶ୍ୱକୁ ଦିଗଦର୍ଶନ ଦେବା ସହିତ ଏସିଆର ଆଲୋକ ଭାବେ କୁହାଯିବା ସହିତ ଶାନ୍ତି, ମୈତ୍ରୀ, ଦୟା, ମାନବିକତା, ଜିବେଦୟା ପ୍ରମୁଖ ମହନୀୟବାଣୀ ଦ୍ୱାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ l ତାଙ୍କ ସମ୍ପର୍କରେ ବହୁ ଅନାଲୋଚିତ ତଥ୍ୟ ଅଛି ବୋଲି ଡ଼ ତ୍ରିପାଠୀ ମତବ୍ୟକ୍ତ କରିବା ସହିତ ବୁଦ୍ଧଙ୍କ ଉପରେ ବ୍ୟାପକ ଆଲୋଚନା ଅତିଥି ମାନଙ୍କ ମଧ୍ୟରେ ହୋଇଥିଲା l ଦୟା ଦିଶାନାୟକଙ୍କ ପୁସ୍ତକ” ଦିସାକ୍ରେଡ଼ ଗ୍ରୋଭ ଓ ଥର୍ଷ୍ଟ “ଲୋକାର୍ପିତ ହୋଇଥିଲା l ଏଥି ସହିତ ଦୟା ଦିଶାନାୟକ ଙ୍କୁ ଧାରା ଶ୍ରୀରାଧା ପକ୍ଷରୁ ଗୋଲଡେନ ହାର୍ପ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଉମାକାନ୍ତ ପ୍ରଧାନଙ୍କ ଗୀତି ସ୍ରୋତସ୍ୱିନୀ ମଧ୍ୟ ଲୋକାର୍ପିତ ହୋଇଥିଲା l କାର୍ଯ୍ୟକ୍ରମ କୁ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ରମେଶ ପାତାଳ ସିଂ ପ୍ରମୁଖ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page