ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର

କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ ଫାଉଣ୍ଡେସନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ ଅବସରରେ କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର ସ୍ଥିତ ପଲକାପଡ଼ା ଠାରେ କେସିଙ୍ଗା ମେଡିକାଲ ର ପ୍ରଭାତୀ ଡାକ୍ତର ରବୀନ୍ଦ୍ର ନାଥ ଖଟୁଆ ଙ୍କ ତତ୍ତ୍ଵାବଧାନରେ ମହିଳା ମାନଙ୍କ ମଧ୍ୟରେ ହେଉଥିବା ଜରାୟୁ କର୍କଟ ରୋଗ ସଂକ୍ରାନ୍ତରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |ଆଜିର ଏହି ଶିବିର ରେ ଜରାୟୁ କର୍କଟ ରୋଗରୁ କିପରି ରକ୍ଷା ମିଳିବ ଓ କଣ ଲକ୍ଷଣ ଦେଖାଗଲେ ଉକ୍ତ ରୋଗ ହୋଇଛି ବୋଲି ଜାଣିହେବ ଓ ତାହାର ଉଚିତ୍ ପ୍ରତିକାର କିପରି କରିବେ ଏହି ବିଷୟରେ ଉପସ୍ଥିତ ଡାକ୍ତର ମହିଳା ମାନଙ୍କୁ ଅବଗତ କରାଇଥିଲେ।ବୈଜ୍ଞାନିକ ମାନଙ୍କ ଦ୍ଵାରା ଜରାୟୁ କର୍କଟ ପାଇଁ ଆବିଷ୍କାର କରାଯାଇଥିବା ଏଚପିଭି ଟୀକାକରଣ ଯାହା ଚଳିତ ମାସ ୩ ତାରିଖ ରୁ ଆରମ୍ଭ କରାଯାଇଛି ତାହା ଜରାୟୁ କର୍କଟ ରୋଗ ପାଇଁ କେତେ ଆବଶ୍ୟକ ସେହି ବିଷୟ ରେ ଉପସ୍ଥିତ ମହିଳା ମାନଙ୍କୁ ଡାକ୍ତର ଅବଗତ କରାଇଥିଲେ।

ପ୍ୟାରିଲାଲ ଦୁର୍ଗା-କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page