ବ୍ୟବସାୟୀଙ୍କ ଘରୁ ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲୁଟ୍ ନେଇ ଉତ୍ତେଜନା

ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ବାଲିଗୁଡ଼ା: ବିଳମ୍ବିତ ରାତିରେ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶି ବନ୍ଧୁକ ମୁନରେ କଲେ ଲୁଟ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମୁଖା ପିନ୍ଧା ଦୁର୍ବୃତ୍ତ ଲୁଟି ନେଲେ ସୁନା, ଗହଣା ଓ ଟଙ୍କା । ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରାଇ ହାତ ଗୋଡ଼ ବାନ୍ଧି ଆଖି ସାମ୍ନାରେ ଆଲମାରୀ ଭାଙ୍ଗି ପ୍ରାୟ ଆଠ ଭରି

ସୁନା ଗହଣା ସହ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ l ତୁମୁଡିବନ୍ଧରେ ସିରିଜ ଚୋରିକୁ ନେଇ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି । ଗତକାଲି ରାତିର ଚୋରି ଘଟଣାକୁ ନେଇ ଉତ୍ୟକ୍ତ ହୋଇଉଠିଥିଲେ ସ୍ଥାନୀୟ ଲୋକେ । ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି କଲେ ରାସ୍ତାରୋକ । ପଥର ପକାଇ ୫୯ ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶତାଧିକ ଯାନବାହାନ । ଦୀର୍ଘ ସମୟ ଧରି ତୁମୁଡ଼ିବନ୍ଧ ଦେଇ ରାୟଗଡ଼ା, ମୁନିଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର,ରାୟପୁର, ବ୍ରହ୍ମପୁର, ବାଲିଗୁଡ଼ା ଆଦି ଅଞ୍ଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଶେଷରେ ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ରାମେନ୍ଦ୍ର ପ୍ରସାଦ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ନିଜେ ଘଟଣା ଉପରେ ନଜର ରଖିବା ସହ ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ଗ୍ରହଣ କରିବେ ଏବଂ ଲୁଟେରା ଗ୍ୟାଙ୍ଗକୁ ଖୁବ୍ ଶୀଘ୍ର ଧରିବାକୁ ଚେଷ୍ଟା କରାଯିବ ବୋଲିି ପ୍ରତିଶ୍ରୁତି ଦେବାପରେ ହଟିଥିଲା ରାସ୍ତାରୋକ । ଅନ୍ୟପଟେ ଘଟଣାସ୍ଥଳରେ ପହଁଚି ପାରିପାର୍ଶ୍ବିକ ପରିସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ପୋଲିସ୍ ସହ ତଦନ୍ତ ଆରମ୍ଭ କରିଛନ୍ତି ଏସଡିପିଓ । ସେପଟେ ବାରମ୍ବାର ତୁମୁଡ଼ିବନ୍ଧ ଅଞ୍ଚଳରେ ଏଭଳି ବଡ଼ ବଡ଼ ଚୋରି ଡକାୟତି ଘଟୁଛି କିନ୍ତୁ ପୋଲିସ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉଛି । ଯାହା ଫଳରେ ଏଭଳି ଘଟଣା ଘଟୁଛି । ଏଣୁ ପୋଲିସ୍ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଛନ୍ତି ବ୍ୟବସାୟୀ ପିତାମ୍ବର ସାହୁ । ସେପଟେ ପୋଲିସ୍ ଆପଣଙ୍କ ସେବାରେ ଅଛି, ମୁଁ ନିଜେ ଏହି ଘଟଣାର ଅନୁଧ୍ୟାନ କରିବି । ଆଗାମୀ ଦିନରେ ସହରର ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସିସି ଟିଭିର ବ୍ୟବସ୍ଥା କରାଯିବ । ଏଣୁ ଆପଣଙ୍କ ସହଯୋଗ ଆମକୁ ଦରକାର ବୋଲି ଜନସାଧାରଣଙ୍କୁ କହିଛନ୍ତି ଏସଡିପିଓ ରାମେନ୍ଦ୍ର ପ୍ରସାଦ ।

ରମେନ୍ଦ୍ର ପ୍ରସାଦ, ଏସଡିପିଓ, ବାଲିଗୁଡ଼ା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page