ଭବାନୀପାଟଣା ସହରର ହଲିଆପଡାରେ ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୁରଣ ଦାବି ନେଇ ସଭା

ଦେଶ ସ୍ୱାଧୀନ ହୋଇ ୭୬ବର୍ଷ ପରେ ବି ଗରିବମାନେ ବଡ କଷ୍ଟରେ ବଞ୍ଚୁଛନ୍ତି। ପେଟ ପାଇଁ କଣ ନ କରିବାକୁ ପଡୁଛି। ନିର୍ବାଚନ ସମୟରେ ବିଜେପି ଦଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରତିଶୃତି ଦେବା ପରେ ଗରିବ ଓ ଅବହେଳିତ ଭତ୍ତାଧିକାରୀମାନେ ଭୋଟ ଦେଲେ ଓ ମୋହନ ସରକାର ଗଠନ ହେଲା। କିନ୍ତୁ ସରକାରର ୮ମାସ ପରେ ବି ରାଜ୍ଯରେ ୫୭ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ୩୦୦୦ଟଙ୍କା ପାଇବା ପାଇଁ ଚାହିଁ ବସିଛନ୍ତି । ତେଣୁ ଆଜି ହଲିଆ ପଡା ଠରେ ମୁନିସିପାଲିଟି ତରଫରୁ ଭତ୍ତା ଟଙ୍କା ବାଣ୍ଟିବା ସମୟରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ-୧୮ ଅନ୍ତର୍ଗତ ଜୋର ପଡା ଓ କରନପିଟାର ୧୦୦ରୁ ଉର୍ଦ୍ଧ୍ବ ୬୦ବର୍ଷରୁ ଉର୍ଦ୍ଧ୍ବ ବଢାବୁଢି, ବିଧବା, ଅବିବାହିତା ମହିଳା ଓ ୪୦% ଉର୍ଦ୍ଧ୍ବ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କୁ ନେଇ ହଲିଆପଡାରେ ଏକ ସଭାର ଆୟୋଜନ ହୋଇଯାଇଅଛି । ବୈଠକରେ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦାନ ଦେବା ସହ ଯେଉଁମାନେ ଭତ୍ତା ୧୦୦୦ଟଙ୍କା ପାଉଛନ୍ତି ସେମାନେ ଗରିବ ଓ ଅବହେଳିତ ନୁହଁନ୍ତି କି ପ୍ରଶ୍ନ କରିଛନ୍ତି? ଗଣତନ୍ତ୍ରରେ ଜନତା ଜନାର୍ଦ୍ଦନ କହନ୍ତି କିନ୍ତୁ ଏଠାରେ ସରକାର ନିଜର ପ୍ରତିଶ୍ରୁତି ପାଳନ କରି ପାରୁନାହାନ୍ତି, ତ ଏଠି ଜନତାର ଅସୁବିଧା କଣ ଶୁଣିବେ ବୋଲି କହିଛନ୍ତି । ଆସନ୍ତା ୧୭ ତାରିଖରର ହେବାକୁ ଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ସମୟରେ ମୋହନ ସରକାର ନିଜର ପ୍ରକୃତ ପ୍ରତିଶୃତି ପାଳନ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କା ଦେବା ପାଇଁ ବଜେଟ୍ ରେ ଉପସ୍ଥାପନ କରନ୍ତୁ ନଚେତ୍ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ବରିଷ୍ଠ ସଦସ୍ଯ ନିରୋଦ କୁମାର ରାଉତ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ, ଏଡଭୋକେଟ୍ କ୍ଷୀରୋଦ ନାଗ, ବିଶ୍ୱନାଥ ବାଗ, ମନୋରଞ୍ଜନ ରୟ ଓ ମଧୁଲାଲ ନାଏକ ଉଦବୋଧନ ଦେବା ସହ ସମସ୍ତ ମିଶି ଆଗାମୀ ଦିନରେ ଜୋରଦାର ଲଢେଇ ହେବ ବୋଲି କହିଥିଲେ । ଏହି ବୈଠକକୁ ସଫଳ କରିବା ପାଇଁ ଭବାନୀ ରାଉତ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣାରୁ ମାନସ କୁମାର ନାଏକ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page