ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତାରେ ଅଧ୍ୟୟନ ଯାତ୍ରା

ଭବାନୀପାଟଣା : ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଏକ ଛାତ୍ରଦଳ ଆଧ୍ୟତ୍ମିକ ଓ ଶିକ୍ଷାପ୍ରଦ ଅଧ୍ୟୟନ ଯାତ୍ରାରେ ଅଂଶଗ୍ରହଣ କରି ଚାରି ଦିନିଆ ସଫରରେ କଲକାତା ଯାତ୍ରା କରିଛନ୍ତି।ଏହି ଯାତ୍ରା ର ଉଦ୍ଦେଶ୍ୟ ରାଜ୍ୟର ବାହାରେ ଉଚ୍ଚ ଶିକ୍ଷା,ସଂସ୍କୃତି ଏବଂ ଇତିହାସ ବିଷୟରେ ଅବଗତ ହେବା ଥିଲା।ଏହି ଯାତ୍ରା ସମୟରେ ଛାତ୍ରଛାତ୍ରୀ ମାନେ ପ୍ରଥମେ କାଳୀଘାଟ ଦର୍ଶନ କରି ଯାତ୍ରା ଆରମ୍ଭ କରିଥିଲେ ଏହା ପରେ ଆଲିପୋର ମ୍ୟୁଜିଅମ୍ ,ବିର୍ଲା ପ୍ଲାନେଟରିଅମ୍,ୱିକ୍ଟୋରିଆ ମେମୋରିଆଲ,ପ୍ରିନ୍ସପ ଘାଟ,ଶ୍ରୀ ଶ୍ୟାମ ମନ୍ଦିର,ବେଲୁର ମଠ ଏବଂ ହାଓଡ଼ା ବ୍ରିଜ୍ ପରିଦର୍ଶନ କରି ଇତିହାସ ଏବଂ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିଥିଲେ। ଏହା ସହିତ ଛାତ୍ରଛାତ୍ରୀ ମାନେ ସାଇନ୍ସ ସିଟି ଓ ଅଲିପୋର ପ୍ରାଣୀ ଉଦ୍ୟାନ ଦେଖି ଉଚ୍ଚ ଶିକ୍ଷା ଏବଂ ଅନୁସନ୍ଧାନର ଅବସର ବିଷୟରେ ଜାଣିଥିଲେ। ଅଧ୍ୟୟନ ଯାତ୍ରା ପରେ, ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଏହି ଯାତ୍ରା ତାଙ୍କ ଜ୍ଞାନକୁ ବୃଦ୍ଧି କରିଛି ଏବଂ ନୂତନ ଅନୁଭବ ଲାଭ କରିଛନ୍ତି।କଲେଜ୍ ପକ୍ଷରୁ ଯାତ୍ରାର ବ୍ୟବସ୍ଥା କରିଥିବା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ମାନେ କହିଛନ୍ତି ଯେ,ଏହି ପ୍ରକାର ଅଧ୍ୟୟନ ଯାତ୍ରା ଛାତ୍ରଛାତ୍ରୀମାନଙ୍କ ଜ୍ଞାନବୃଦ୍ଧି ଏବଂ ଅନୁଭବ ଗ୍ରହଣ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବା ବେଳେ ଏହି ଯାତ୍ରା ଦ୍ୱାରା ଛାତ୍ରଛାତ୍ରୀମାନେ କଲକାତାର ସଂସ୍କୃତି,ଇତିହାସ ଏବଂ ଶିକ୍ଷା ଧାରା ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ।

ଭବାନୀପାଟଣା, ଉତ୍କଳ ବୁଲେଟିନ(ଜଗନ୍ନାଥ ନାଏକ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page