ଭିନ୍ନକ୍ଷମ ସଶକ୍ତିକରଣ ଅଭିଯାନ


କଳାହାଣ୍ଡି,୯।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଭିନ୍ନକ୍ଷମମାନଙ୍କୁ ସରକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା କରୁଛନ୍ତି ବର୍ଷକୁ ବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଛି। ଏହି ପରିପ୍ରେକ୍ଷିରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କ ମିଳିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠିଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର କୁମାର ସିଂଦେଓ,ଏବିଡ଼ିଓ ଲକ୍ଷ୍ମଣ ପଧାନ,ଦେଢ଼ସୁଲି ପଂଚାୟତ ସମିତି ସଭ୍ୟ ଯଜ୍ଞସେନ ପଣ୍ଡା ମଞ୍ଚାସିନ ହୋଇଥିଲେ।ଏହି ଶିବିରରେ ୨୬୬ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ।ଏଥିରେ ୩ ଜଣ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ୨୬୬ ଜଣଙ୍କ ମଧ୍ୟରୁ ୯୮ଜଣ ଶାରୀରିକ ଭିନ୍ନକ୍ଷମ,୩୫ ଜଣ ଚକ୍ଷୁ, ୪୪ ଜଣ ଶ୍ରବଣ ବାଧିତ ଓ ଭାଷା ଅସମର୍ଥ, ୨୫ ଜଣ ମାନସିକ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିଲେ । ଏଥି ସହିତ ବାଣୀଶ୍ରୀ ପାଇଁ ୨ ଜଣ,ଘର ପାଇଁ ୧ ଜଣ,ବସ ଓ ଟ୍ରେନ ପାସ ପାଇଁ ୩୬ ଜଣ ଆବେଦନ କରିଥିଲେ ଓ ୨୩ ଜଣଙ୍କୁ କୃତ୍ରିମ ଉପକରଣ ବଣ୍ଟନ କରାଯାଇଥିଲା। ଏଥିରେ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ପ୍ୟାରିଲାଲ ଦୁର୍ଗା-କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page