ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’

ଭୁବନେଶ୍ୱର: ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’। ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହାକୁ ଉନ୍ମୋଚନ କରିଛନ୍ତି। ଭୋଟରଙ୍କ ସୁବିଧା ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚିତ ହୋଇଛି I ସହରାଞ୍ଚଳ ଭୋଟରଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ’ମୋ ବୁଥ୍ ଆପ୍’ ଗଠନ କରାଯାଇଛି। ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ। ଏହି ଆପ୍ ମାଧ୍ୟମରେ ସେକ୍ଟର ଅଧିକାରୀମାନେ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସମୟ, ମକ୍ ପୋଲ୍ ଓ ମତଦାନର ସଦ୍ୟ ସ୍ଥିତି ସହ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ଓ ବୁଥରୁ ପୋଲିଂ ପାର୍ଟିର ପ୍ରସ୍ଥାନ ସମ୍ପର୍କରେ ସୂଚନା ଦେବେ। ଏହି ଅବସରରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି। ମତଦାତା ମାନେ ବୁଥର ନାଁ ଓ ଏହାର ଅବସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ପାଇପାରିବେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News