ନୂଆଦିଲ୍ଲୀ: ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ । ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ । ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ । ଦୀର୍ଘ ଏକ ଘନ୍ଟାଏ ଧରି ଏୟାର ରେଡ୍ । ଖସିଥିଲା ମାଳମାଳ ଡ୍ରୋନ୍ । ଜଳ, ସ୍ଥଳ, ଆକାଶ ସବୁଠି ମହା ବିଧ୍ୱଂସର ଖେଳ । ନଉଁନଥିବା ଇରାନ ଉପରେ ପ୍ରଚଣ୍ଡ ହମଲା କରୁଛନ୍ତି ଆମେରିକା ଓ ଇସ୍ରାଏଲ ସେନା । ସମୁଦ୍ରରେ ଇରାନର ୧୬ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଛନ୍ତି ଆମେରିକା । ସମୁଦ୍ର ମଝିରେ ସର୍ଜିକାଲ ଷ୍ଟ୍ରାଇକ୍ ର ଭିଡିଓ ଜାରି କରିଛି ପେନ୍ଟାଗନ । ଆମେରିକାର ସେନ୍ଟ୍ରାଲ କମାଣ୍ଡ କହିଛି, ଧ୍ୱଂସ ହୋଇଥିବା ଇରାନର ଏହି ୧୬ ଯୁଦ୍ଧ ଜାହାଜ ସମୁଦ୍ର ଭିତରେ ମାଇନ୍ ବିଛାଇବାର କ୍ଷମତା ରଖିଥିଲେ । ଏଗୁଡ଼ିକ ଏୟାର ଷ୍ଟ୍ରାଇକ୍ ରେ ବୁଡ଼ାଇ ଦିଆଯାଇଛି । ଷ୍ଟ୍ରେଟ୍ ଅଫ ହର୍ମୁଜରେ ଗୋଟେ ଲିଟର ତେଲ ନଛାଡ଼ିବାକୁ ଧମକ ଦେଇଥିବା ଇରାନ୍ ଏବେ ସମୁଦ୍ର ତଳେ ମାଇନ ବିଛାଇବା ଆରମ୍ଭ କରିଛି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ସମୁଦ୍ର ତଳେ ବିଛାଇଥିବା ବୋମାକୁ ହଟାଉ ଇରାନ । ନହେଲେ ଏଭଳି ପରିଣାମ ଭୋଗିବ, ଯାହା ଦୁନିଆ ପୂର୍ବରୁ କେବେ ବି ଦେଖି ନଥିବ । ପୁଣି ନିଜର ବାହାଦୁରୀ ଦେଖାଇଲେ ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଲେ – ଯେବେ ଚାହିଁବି ଏହି ଇରାନ ସହ ଯୁଦ୍ଧ ବନ୍ଦ କରି ପାରିବି । କାରଣ ଏବେ ସେଠାରେ ଟାର୍ଗେଟ୍ କରିବା ପାଇଁ ଆଉ କିଛି ବି ରହିନାହିଁ । ବୁଧବାର ଆମେରିକୀୟ ମିଡ଼ିଆ ପ୍ଲାଟଫର୍ମ କୁ ଦେଇଥିବା ଏକ ସଂକ୍ଷିପ୍ତ ଫୋନ୍ ଇନ୍ଟରଭ୍ୟୁରେ ଟ୍ରମ୍ପ କହିଥିଲେ – ଇରାନରେ ସାମିରକ ସ୍ଥଳୀ ଓ ଲକ୍ଷ୍ୟ ସ୍ଥଳ ଉପରେ ବଡ଼ ସ୍ତରରେ ଆକ୍ରମଣ ହୋଇ ସାରିଛି । ଆଉ କିଛି ବାକି ନାହିଁ । ଉକ୍ତ ପାଞ୍ଜ ମିନିଟ୍ ସମୟ ଅବଧିର ବାର୍ତାଳାପରେ ଟ୍ରମ୍ପ ସଙ୍କେତ ଦେଇଥିଲେ ଯେ, ଯୁଦ୍ଧର ଅନ୍ତ ଆଉ ଅଧିକ ଦୂର ନୁହେଁ । ରିପୋର୍ଟ ମୁତାବିକ, ଟ୍ରମ୍ପ କହିଛନ୍ତି , ଏବେ ସେଠାରେ ( ଇରାନ) ଟାର୍ଗେଟ୍ କରିବା ପାଇଁ ପାଖାପାଖି କିଛି ବି ଆଉ ରକ୍ଷା ପାଇ ନାହିଁ । ବାସ୍ ଆଉ ଅଳ୍ପ କିଛି ବାକି ଅଛି । ଯେବେ ବି ମୁଁ ଚାହିଁବି , ଏହି ଯୁଦ୍ଧ ବନ୍ଦ ହୋଇଯିବ । ହେଲେ ଟ୍ରମ୍ପ ଏହା ସ୍ପଷ୍ଟ ।ହିଁ ଯେ, ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା କେଉଁ ପ୍ରକାରର ରଣନୀତି ଆପଣାଇବ କିମ୍ୱା ସଂଘର୍ଷବିରାମର କୌଣଣି ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରାଯିବ ନା ନାହିଁ । ଆମେରିକା ଓ ଇସ୍ରାଏଲୀୟ ଅଧିକାରୀଙ୍କ ଅନୁସାରେ , ଇରାନ ବିରୋଧରେ ଅତି କମ୍ରେ ଆଉ ଦୁଇ ସପ୍ତାହ ଯାଏ ,ସାମରିକ ଆକ୍ରମଣ ଜାରି ରଖିବାର ପ୍ରସ୍ତୁତି କରାଯାଉଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହି ଥିଲେ ଯେ, ଅଭିଯାନ ବିନା କୌଣସ ସମୟ ସୀମାରେ ଜାରି ରହିବ, ଯେପର୍ଯ୍ୟନ୍ତ ସବୁ ଲକ୍ଷ୍ୟ ହାସଲ ହୋଇ ନଯାଇଛି ଏବଂ ନିର୍ଣ୍ଣାୟକ ବିଜୟ ହାସଲ ହାଇଛି ।ଆମେରିକା ନୌସେନା ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ଆରମ୍ଭ କରିଛି । ଆମେରିକା ନøସେନାର ସୁରକ୍ଷା ବଳୟ ଭିତରେ କିଛି ତେଲ ଟ୍ୟାଙ୍କର ଆସିଛି । ଫଳରେ ତୈଳ ଦର ପ୍ରତିଶତ ହ୍ରାସ ପାଇଛି । ଅଶୋଧିତ ତ÷ଳ ଦର ବ୍ୟାରେଲ ପିଛା ୧୧୦ ରୁ ୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଦୁନିଆର ପ୍ରାୟ ୨୦% ତୈଳ ପରିବହନ ହୋଇଥାଏ । ବ୍ରେଞ୍ଜ ଅଶୋଧିତ ତୈଳ ଦର ୯୦ ଡଲାରରୁ କମି ଏବେ ୮୦ ରୁ ୮୭ ଡଲାର ପାଖାପାଖି ପହଞ୍ଚିଛି । ଅନ୍ୟପଟେ ଆମେରିକାର ଧମକ ସତେ ଆଜି ୩ଟି ତୈଳ ଟ୍ୟାଙ୍କର ଉପରେ ରକେଟ୍ ମାଡ଼ ହୋଇଛି । ଏଥିରେ ଗୋଟିଏ କାର୍ଗୋ ଜାହାଜରେ ନିଆଁ ଲାଗି ଯାଇଥିଲା । ପରେ ନିଆଁକୁ ଅୟତ କରାଯାଇଥିଲା ।ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏହ ସଂଘର୍ଷ ମଧ୍ୟରେ ଇରାନ ହୋର୍ମୁଜ୍ ଷ୍ଟ୍ରେଟ ଉପରେ ନଜର ରଖିଛି । ବୁଧବାର ଦିନ ଇରାନ ହର୍ମୁଜ୍ ଷ୍ଟ୍ରେଟରେ ଏକ ଥାଇଲାଣ୍ଡ ମାଲବାହୀ ଜାହାଜକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ମାଲବାହୀ ଜାହାଜଟି ବହୁତ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଜାହାଜରେ ୨୩ ଜଣ କ୍ର୍ୟୁ ସଦସ୍ୟ ଥିଲେ । ଏହି କ୍ର୍ୟୁ ସଦସ୍ୟଙ୍କ ମଧ୍ୟରୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି, ଯେତେବେଳେ ତିନି ଜଣ କ୍ର୍ୟୁ ସଦସ୍ୟ ନିଖୋଜ ଅଛନ୍ତି ବୋଲି ଜଣାପଡ଼ିଛି ।ରୟାଲ୍ ଥାଇ ନୌସେନା ପକ୍ଷରୁ ଆକ୍ରମଣ ସମ୍ପର୍କରେ ଏକ ବିବତି ଜାରି କରିଛି ।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ ସାଂସ୍କୃତିକ ପ୍ରତିଷ୍ଠାନ, ଖୋର୍ଦ୍ଧା ଆନୁକୁଲ୍ୟରେ ମଞ୍ଚସ୍ଥ ହୋଇଯାଇଛି। ଡ଼ଃ ପ୍ରଦୀପ ଭୈମିକ ଙ୍କ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ ଫାଉଣ୍ଡେସନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ ଅବସରରେ କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ସମାଜ ପାଇଁ କିଛିି କରିବାର ଦୃଢ଼଼ ଭାବନା ତାଙ୍କୁ ଆଣି ଦେଇଛି ଏକ
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏମ୍ସ୍ ହସପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇ ଯାଇଅଛି। ମୃତ୍ୟୁ ବେଳକୁ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିନେତ୍ରୀ ତଥା
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87 ଛାତ୍ରୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଫେବୃଆରୀ 20 ତାରିଖରୁ
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର ଦିନ କଳସ
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ l ଭାଇଚାରାର ଏହି ପର୍ବ ପାଳନ କରିବା ନିମନ୍ତେ ସକାଳୁ
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି I ହୋଲି ଖେଳି ସାରି ସାଙ୍ଗମାନଙ୍କ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ ବିମାନରେ ମା' ଟଙ୍କପାଣି, ହରପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଚଳନ୍ତି ପ୍ରତିମା ବିରାଜମାନ କରି
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି ଜଣେ ଜନପ୍ରତିନିଧି ତଥା ଲୋକପ୍ରିୟ ମନ୍ତ୍ରୀ ଦୟାନିଧି ନାଏକଙ୍କ ୧୧୦ ତମ ଜନ୍ମଦିନ
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ ଏକ ନିଆରାପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା'ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ
ଧର୍ମଗଡରେ ନକଲି ମଦ ତିଆରି କାରଖାନା ଉପରେ ଚଢାଉ
ନକଲି ମଦ ଓ ପ୍ରସ୍ତୁତି ସାମଗ୍ରୀ ସହ ତିନି ବିହାରି ଯୁବକ ଗିରଫ କଳାହାଣ୍ଡି,୨|୩(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗତ ସହରରେ ବହୁ ପରିମାଣ ର ନକଲି ମଦ,ବିଭିନ୍ନ କମ୍ପାନୀ ର ଠିପି,ଷ୍ଟିକର ଜବତ ହୋଇଛି । ଏହି ମାମଲା ରେ
କୁଅରେ ପଡ଼ି ହାତୀ ଛୁଆ ମୃତ
କେନ୍ଦୁଝର: ରାତି ୩ଟା ସମୟରେ ଏକ ୧୦ ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ୧ ବର୍ଷ ବୟସର ହାତୀ ଛୁଆଟି ପଡ଼ି ଯାଇଥିଲା । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଗ୍ୟାସ୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ