ମ.ରାମପୁର ଥାନରେ ଚାଲିଛି ଆଦିବାସୀ ଜନଜାତି ଶୋଷଣ ନୀତି !

କଳାହାଣ୍ଡି, (ରିପୋର୍ଟ-ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମୋହନ ଗିରି ଅଞ୍ଚଳର ଶିରର୍କିହେଜୁ ଗାଁରେ କିଛି ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମାରପିଟ୍ ହୋଇଥିଲା | ଥାନାରେ ମାମଲା ପରେ ତିନି ଅଭିଯୁକ୍ତଙ୍କ ନାଁରେ ମ.ରାମପୁର ଥାନାରେ କେସ ରୁଜୁ ହୋଇଥିଲା | ଅଭିଯୁକ୍ତମାନେ ବେଲ୍‌ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଏବଂ ଅଭିଯୁକ୍ତ ତିନି ଜଣଙ୍କୁ ଉଚ୍ଚ ନ୍ୟାୟାଳୟ ବେଲ୍‌ ନମ୍ବର ABLAPL11960/2024 ମଧ୍ୟବର୍ତ୍ତୀ କାଳୀନ ବେଲ ପ୍ରଦାନ କରିଛନ୍ତି | କିନ୍ତୁ ମ.ରାମପୁର ଥାନାର ଉକ୍ତ କେସ ର ଆୟୋ ଜଣେ ମହିଳା ସବ ଇନ୍ସପେକ୍ଟର ବେଲ ପାଇଥିବା ତିନିଜଣ ଅଭିଯୁକ୍ତଙ୍କୁ ବାରମ୍ବାର ଥାନାକୁ ଡ଼ାକି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି | ଏପରିକି ଅଭିଯୁକ୍ତଙ୍କୁ ତାଙ୍କର ବ୍ୟକ୍ତିଗତ ବ୍ୟବସାୟର ଟ୍ରାକ୍ଟରର ଋଣ କିସ୍ତି ଆଉ ଛଅ ମାସ ବାନ୍ଧି ପାରିବୁନି ବୋଲି ଧମକ ଦେଉଛନ୍ତି । ସେ ବେଲ୍‌ ରେ ଆସିଥିବା ତିନି ଜଣକୁ ପୁଣି ଥରେ ତମମାନଙ୍କ ବେଲ୍‌ ମୁଁ କ୍ୟାନସଲ କରିଦେବି ଆଉ ତମେ ବାପା ପୁଅ ସବୁ ଯାଇ ପୁଣି ଜଙ୍ଗଲରେ ଲୁଚିବ ବୋଲି ସେମାନଙ୍କୁ ଥାନାକୁ ଡାକି ଧମକ ଦେଉଛନ୍ତି । ଏହି ମହିଳା ପୋଲିସ ଅଧିକାରୀଣୀ ଜଣକ ଦବଙ୍ଗ ଗିରି ରାମପୁର ଥାନାରେ ଦିନକୁ ଦିନ ବଢି ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି | ବର୍ତ୍ତମାନ ରାଜ୍ୟରେ ପରିବର୍ତିତ ବିଜେପି ସରକାର ଚାଲିଥିବା ବେଳେ ଲୋକଙ୍କୁ ସମ୍ମାନ ମିଳିବା ପରିବର୍ତ୍ତେ ପୋଲିସ ଅଧିକାରୀଣୀ ପୂର୍ବ ବିଜେଡି ସରକାର ଅମଲା ନୀତି ସହଜରେ ବଦଳେଇ ପାରୁ ନ ଥିବା ଚର୍ଚ୍ଚା ହେଉଛି । ସେ ନିଜକୁ ନିଜେ ଓଡିଶାର ଉଚ୍ଚତମ ନ୍ୟାୟାଳୟରୁ ଉର୍ଦ୍ଧରୁ ବୋଲି ଭାବୁଛନ୍ତି । ଏଣୁ ଏହି ଦବଙ୍ଗ ଗିରି ଦେଖାଉଥିବା ମହିଳା ସବ ଇନ୍ସପେକ୍ଟରଙ୍କୁ ତୁରନ୍ତ ମ.ରାମପୁର ଥାନାରୁ ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି । ଅଭିଯୋଗ ହେଉଛି ମ. ରାମପୁର IIC ସବୁ ଜାଣିଶୁଣି ଚୁପ ରହୁଛନ୍ତି । ନୂତନ ସରକାର ଓଡିଶାରେ ଶାସନ ଭାର ସମ୍ଭାଳି ସାରିଲାଣି । ମାନ୍ୟବର ମୁଖ୍ୟମନ୍ତ୍ରୀ ଡିଜିପି ସମ୍ମିଳନୀ ରେ ନିର୍ଦେଶ ଦେଇଛନ୍ତି ଥାନାରେ ଲୋକଙ୍କୁ ଭୟବିତ୍ତ ନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶକୁ ମ.ରାମପୁର ଥାନାରେ ଖୋଲାଖୋଲି ଦଳିଚକଟି ଦିଆଯାଉଛି । ମ.ରାମପୁର ଥାନାର ସେହି ମହିଳା SI ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଗଲା କିନ୍ତୁ ସେ ଫୋନ recieve କରିନଥିଲେ । ଘଟଣାରୁ ଜଣାପଡୁଛି କଣ ଆୟୋ ଉଦେଶ୍ୟମୂଳକ ଭାବେ ବେଲ୍‌ ରେ ଆସିଥିବା ଲୋକଙ୍କୁ ହଇରାଣ କରୁଛନ୍ତି କି ?

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News