କୋକସରା ବ୍ଳକରେ ନୂତନ ବିଡ଼ିଓଙ୍କ ଯୋଗଦାନ

koksara new BDO Join

କଳାହାଣ୍ଡି: (ରିପୋର୍ଟ ପ୍ୟାରିଲାଲ ଦୁର୍ଗା): କୋକସରା ବ୍ଳକରେ ଗୁରୁବାର ନୂତନ ବିଡିଓ ଭାବେ ହିମାଞ୍ଚଳ ମାଝୀ ଯୋଗ ଦେଇଛନ୍ତି । ଏବଂ ଭାରପ୍ରାପ୍ତ ବିଡ଼ିଓ ବିଶ୍ବନାଥ ରାଉତଙ୍କଠାରୁ ସେ’ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଡିଓ ଶ୍ରୀମାଝୀ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ କାର୍ଯ୍ୟରତ ରହିଥିଲେ । ସେ’ କାର୍ଯ୍ୟରେ ଯୋଗଦେବା ପରେ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ବରିଷ୍ଠ କିରାଣୀ ବିନୋଦ ନାଏକ, ହିସାବ ରକ୍ଷକ ଅଶୋକ ସେଠି,… Continue reading କୋକସରା ବ୍ଳକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ମ.ରାମପୁର ଥାନରେ ଚାଲିଛି ଆଦିବାସୀ ଜନଜାତି ଶୋଷଣ ନୀତି !

dabang giri at police station in dharmagada

କଳାହାଣ୍ଡି, (ରିପୋର୍ଟ-ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମୋହନ ଗିରି ଅଞ୍ଚଳର ଶିରର୍କିହେଜୁ ଗାଁରେ କିଛି ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମାରପିଟ୍ ହୋଇଥିଲା | ଥାନାରେ ମାମଲା ପରେ ତିନି ଅଭିଯୁକ୍ତଙ୍କ ନାଁରେ ମ.ରାମପୁର ଥାନାରେ କେସ ରୁଜୁ ହୋଇଥିଲା | ଅଭିଯୁକ୍ତମାନେ ବେଲ୍‌ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଏବଂ ଅଭିଯୁକ୍ତ ତିନି ଜଣଙ୍କୁ ଉଚ୍ଚ ନ୍ୟାୟାଳୟ ବେଲ୍‌ ନମ୍ବର ABLAPL11960/2024 ମଧ୍ୟବର୍ତ୍ତୀ କାଳୀନ… Continue reading ମ.ରାମପୁର ଥାନରେ ଚାଲିଛି ଆଦିବାସୀ ଜନଜାତି ଶୋଷଣ ନୀତି !

ଗୋପାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡାକକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ବାର୍ଷିକ ଉତ୍ସବ – ୨୦୨୪” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧୃବଚରଣ ମୁଦୁଲି ଯୋଗଦାନ କରିଥିଲେ । ଅତିଥି ମାନେ ପହଞ୍ଚିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଛୋଟି ନେଇଥିଲେ। ପରେ ସର୍ବପ୍ରଥମେ କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଗତ ସମ୍ବର୍ଦ୍ଧନା… Continue reading ଗୋପାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ବାଲିପାଟଣା: ବାଲିପାଟଣା ବ୍ଳକ ଅନ୍ତର୍ଗତ କୁଳନ୍ତିରା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ମା’ ଭୁବାସିନୀ ଚାରିଟେବୁଲ ଟ୍ରଷ୍ଟ ଏବଂ ପର୍ଶୁରାମ ସେବା ସଂଗଠନ ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ସହିତ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମା’ ଭୁବାସିନୀ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରୀୟଞ୍ଜନ ସ୍ବାଇଁ ପର୍ଶୁରାମ ସେବା ସଂଗଠନର ସଭାପତି ରାଜେନ୍ଦ୍ର କୁମାର ମହାନ୍ତି, ସଂପାଦକ ଚନ୍ଦ୍ର ଶେଖର… Continue reading ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ

You cannot copy content of this page