ମତୋ ମାଳବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ

ଚାନ୍ଦବାଲି: ମତୋ ମାଳବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଚାଲ ସ୍କୁଲ ଯିବା ଅଭିଯାନ ପାଳିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଦେବକି ମଲିକ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକକୁ ନେଇ ବୈଠକ ଅନୁଷ୍ଠିତ କରାଇଥିଲେ | ପ୍ରଥମେ ବୈଠକ ପ୍ରାରମ୍ଭରେ ଶିକ୍ଷୟତ୍ରୀ ଯୋଗମାୟା ସାହୁ ସମସ୍ତେଙ୍କୁ ସ୍ୱାଗତ କରିବା ସହିତ ୩ ଥର ଓ଼ମଂକାର ଧ୍ୱନି କରି ଗାୟତ୍ରୀ ମନ୍ତ୍ର ପାଠ କରିଥିଲେ | ଅଭିଭାବକଙ୍କର ଅସୁବିଧା ଯେ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ପାଠ ପଢୁଥିବାବେଳେ ୨ଜଣ ଶିକ୍ଷୟତ୍ରୀ ଅଛନ୍ତି କିନ୍ତୁ ସରକାରଙ୍କର ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ଅଟେ | ନଚେତ ଆମ ପିଲାଙ୍କର ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଅଭିଭାବକ ମାନେ ମତପ୍ରକାଶ କରିଥିଲେ ଏବଂ ଏହିଅସୁବିଧାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଜଳାଇବେ ବୋଲି ଅଭିଭାବକ ମାନେ ଯୋଜନା କରିବେବୋଲି କହିଥିଲେ | ପରେପରେ ମତୋ ଅଞ୍ଚଳରେ ମାଳବାଡ଼ ସାହି, ବଣିଆ ସାହି, ନାୟକ ସାହି, ମାଝୀ ସାହି ଏବଂ ମତୋ ଅଂଚଳରେ ଆସ ଆମେ ସ୍କୁଲ ଯିବା ଅଭିଯାନ ରାଲେ କରି ସଚେତନ କରାଇଥିଲେ। ପିଲାଏ ହାତରେ ପ୍ଲାକାର୍ଡ ଧରି ସାହି ସାହି ବୁଲି ସଚେତନତାର ଛାତ୍ରୀମାନେ ଯାଜ୍ଞସେନି ବେହେରା, ସାଇସ୍ମିତା ପାଣିଗ୍ରାହୀ, ପ୍ରିୟଦର୍ଶିନୀ କାନୁନଗୋ ଏବଂ ଅଭିଭାବକ କବିତା ବେହେରା ସ୍ଲୋଗାନ, ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସମେନ୍ତ ଚେୟାରମ୍ୟାନ ଗୀତାଞ୍ଜଳି ମିଶ୍ର, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଶ୍ରୀତମ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, ଯୋଗ ଶିକ୍ଷକ ଦୀପକ ଏବଂ ସୁଭ୍ରବତ ସାହୁ ଏଥିରେ ସାମିଲ ହୋଇଥିଲେ ଏବଂ ଅଙ୍ଗନବାଡି କର୍ମୀ ଝରଣା ସାହୁ,ସୁନିତା ମଲିକ । ଅଠର ବର୍ଷରୁ କମ୍ ସମସ୍ତ ଶିଶୁ ପାଠପଢିବେ ଏଥିପାଇଁ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ବିଦ୍ୟାଳୟରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯେପରି ଆସିବେ ସେ ନେଇ ‘ଆସ ଆମେ ସ୍କୁଲ ଯିବା’ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା |
ଶେଷରେ ଶିକ୍ଷୟତ୍ରୀ ଯୋଗମାୟା ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ଜଳ କରି କାର୍ଯ୍ୟକ୍ରମକୁ ବିରାମ ଦିଆଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page