ମଧ୍ୟପ୍ରାଚ୍ୟ ଯୁଦ୍ଧରେ ୨ ଭାରତୀୟ ମୃତ, ଜଣେ ନିଖୋଜ


ଇରାନ ଓ ଇସ୍ରାଏଲ-ଆମେରିକା ଲଢ଼େଇ ଯୋଗୁ ମ୍ମପ୍ରାଚ୍ୟରେ ଫେବୃଆରୀ ୨୮ରୁ ମହାଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତମାନ ସୁଦ୍ଧା ୨ ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ବିବାଦୀୟ କ୍ଷେତ୍ର ପ୍ରାଚ୍ୟର ଗୋଟିଏ ବାଣିଜ୍ୟ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଏପରି ଘଟଣା ଘଟିଥିବା ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରମଣରେ ବ୍ୟବସାୟିକ ଜାହାଜଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ଥିବା ଭାରତୀୟମାନେ ମୃତାହତ ହୋଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ସରକାର ବେଶ ସତର୍କତାର ସହ ସ୍ଥିତି ଉପରେ ନଜର ରଖିଛନ୍ତି ଓ ପ୍ରଭାବିତ ଲୋକଙ୍କ ପରିବାର ଲୋକଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି ।ସେ କହିଛନ୍ତି, “କିଛି ମୃତାହତର ଖବର ଆମ ପାଖକୁ ଆସିଛ ମାନ ସୁଦ୍ଧା ଆମେ ୨ ଜଣ ଭାରତୀୟଙ୍କୁ ହରାଇଥିବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ସେମାନେ ଯେଉଁ ବାଣିଜ୍ୟ ଜାହାଜରେ ଥିଲା, ତାହା ଆକ୍ରମଣର ଶିକାର ହୋଇଥିଲା । ଏଥିଯୋଗୁ ଏତେ ବଡ଼ ଘଟଣା ଘଟିଛି ।” ଯୁଦ୍ଧ ଯୋଗୁ ଗଲ୍ଫ ରିଜନରେ ଆହତ ହୋଇଥିବା ଭାରତୀୟଙ୍କୁ ମ୍ମ ଚିହ୍ନଟ କରାଯାଇଛି । ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସି ସେବା ଯୋଗାଇ ଦିଆଉଛି । ଦୁବାଇରେ ଆହତ ହୋଇଥିବା ଭାରତୀୟ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରଣଧୀର କହିଛନ୍ତି, “ଆମ ଦୂତାବାସଗୁଡ଼ିକ ଭାରତୀୟଙ୍କ ଯୋଗାଯୋଗରେ ରହିଛନ୍ତି । ଆଜି ସକାଳେ ଆମେ ରିପୋର୍ଟ ପାଇଛୁ ଯେ ଜଣେ ଭାରତୀୟ ଦୁବାଇରେ ଆହତ ହୋଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ସହ ଆମ ଦୂତାବାସ ଯୋଗାଯୋଗ କରିଛି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଆମେ ତାଙ୍କ ସହ ନିୟମିତ ଯୋଗାଯୋଗରେ ରହିଛୁ ।”

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page