ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପାଣିର ଅସୁବିଧା କିପରି ଦୂର ହେବ ସେଥିପାଇଁ ଓଡ଼ିଶ ମା’ତାରିଣୀ ମହିଳା କମିଟି ଆଗକୁ ଅଂଟା ଭିଡିଛନ୍ତି। ନିଜ ଗ୍ରାମରେ ଥିବା ନାନା ସମସ୍ୟାର ସମାଧାନ ଲାଗି ଅଂଟା ଭିଡିଛି ମା’ ତାରିଣୀ ମହିଳା କମିଟି। ଗ୍ରାମର ପ୍ରଥମ ଅସୁବିଧା ଭାବେ ଉଭା ହୋଇଥିବା ପିଇବା ପାଣି ସମସ୍ୟାକୁ ପ୍ରଥମେ ସମାଧାନ ଲାଗି ଗୁରୁତ୍ୱ ଦେଇଛନ୍ତି। ଜଳ ହିଁ ଜୀବନ ଏହାକୁ ସବୁବେଳେ ଗୁରୁତ୍ୱ ଦିଆଯିବା ଉଚିତ୍।

ସ୍ୱଚ୍ଛ ଜଳ ସୁସ୍ଥ ଶରୀର। ଏଥିପାଇଁ ଗ୍ରାମର ଏହି କମିଟି ଗୁରୁତ୍ୱ ଦେଇି ସମାଧାନ କରିବାକୁ ଅଂଟା ଭିଡିଛି। ଗ୍ରାମ ପ୍ରତ୍ୟେକ ସାହିରେ କିପରି ସୂଚାରୁ ରୂପେ ପାଣି ପହଂଚିପାରିବ ସେଥିପାଇଁ ଏ କମିଟି ଦାୟିତ୍ୱ ନେବା ପାଇଁ କମିଟିର ସଭାପତି ନର୍ମଦା ସେଠୀ, ଉପସଭାପତି ସୁକାନ୍ତି ସେଠୀ, କ୍ୟାସିୟର ଗୀତାଞ୍ଜଳି ବେହେରା ଓ ସେକ୍ରେଟାରୀ ନୟନା ସେଠୀ ମତବ୍ୟକ୍ତ କରିଛନ୍ତି।
ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ