ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ସଫେଇ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ଅଭିଯାନ। ସାରା ରାଜ୍ୟରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହି ଅବସରରେ ଓଡ଼ିଶ ଗ୍ରାମରେ ମଧ୍ୟ ଅନୁରୂପ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ୍ ଚାରିବେଟଲ ଟ୍ରଷ୍ଟ ଦ୍ୱାରା କରାଯାଇଥିବା ଦେଖିବାକୁ ମିଳିଛି। ରବିବାର ଦିନ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଦେଖିବାକୁ ମିଳିଛି।

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମସ୍ତ ସ୍ୱେଚ୍ଛାସେବୀ ମାନେ ଏକତ୍ରିତ ହୋଇ ଗ୍ରାମର ଶେଷରେ ଥିବା ଗ୍ରାମଦେବୀ ମା’ ବାଉତୀ ପୀଠକୁ ସଫେଇ କରାଯିବା ସହ ଚତୁପାଶ୍ୱର୍ ମଧ୍ୟ ସଫା କରାଯାଇଥିଲା। ଏବଂ ସମସ୍ତ ସଭ୍ୟଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା। ଏଥିରେ ସାମିଲ ହୋଇଥିବା ଅନ୍ୟ ସମସ୍ତ ସ୍ୱେଚ୍ଛାସେବୀମାନେ ହେଲେ ସ୍ୱେଚ୍ଛାସେବୀ ପଂଚାନନ ସେନାପତି, ବିକ୍ରମ ରଣା, ଭାଗବତ ସେଠୀ, କମଳ ସେଠୀ, ଶ୍ରୀକାନ୍ତ ସେଠୀ, ରଂଜନ କୁମାର ସେଠୀ, ଶ୍ରୀଜିତ୍ ସେନାପତି, ସୂର୍ଯ୍ୟପ୍ରକାଶ ସେନାପତି, ବବୁଲ ବେହେରା, ମନୋଜ ଧୀର, କୈଳାସ ବେହେରା ସ୍ୱେଚ୍ଛାସେବୀ ପ୍ରମୁଖ । ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି ସ୍ୱେଚ୍ଛାସେବୀ ତଥା ସମାଜସେବୀ ଓ ସାମ୍ବାଦିକ ବିମଳ କୁମାର ରଣା କହିଛନ୍ତି। ଆମେ ଆମ ପରିବେଶକୁ ସ୍ୱଚ୍ଛ ରଖିଲେ ଆମେ ସବୁବେଳେ ସୁସ୍ଥ ରହିବା ବୋଲି ବରିଷ୍ଠ ସ୍ୱେଚ୍ଛାସେବୀ ସତ୍ୟବାଦୀ ରଣା ଜଣାଇଛନ୍ତି।