Bhubaneswar: ପ୍ରେମିକ ସହ ମିଶି ମାଆ ବି ସାଜିଥିଲା ସଇତାନ । ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଉଥିଲା ପ୍ରେମିକ। ତିନି ଦିନ ଧରି ବନ୍ଦ ଘରେ ଦୁଇ ପିଲାଙ୍କୁ ଗରମ ସଣ୍ଢୁଆସିରେ ଚେଙ୍କ ଦେଉଥିଲା ପିଶାଚ ପ୍ରେମିକ ।ଶିଶୁ ଦିବସରେ ଶିଶୁଙ୍କୁ ନିର୍ଯତନା । ସେ ବି ପୁଣି ନିଜ ଜନ୍ମକଲା ମାଆ ଆଗରେ । ଆଉ ମାଆ ସାଜିଥିଲା ନିରବଦ୍ରଷ୍ଟା । ପ୍ରେମିକ ସହ ମିଶି ମାଆ ବି ସାଜିଥିଲା ସଇତାନ । ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଉଥିଲା ପ୍ରେମିକ । ତିନି ଦିନ ଧରି ବନ୍ଦ ଘରେ ଦୁଇ ପିଲାଙ୍କୁ ଗରମ ସଣ୍ଢୁଆସିରେ ଚେଙ୍କ ଦେଉଥିଲା ପିଶାଚ ପ୍ରେମିକ। ମାଆ ସହ ପର ପୁରୁଷର ସମ୍ପର୍କକୁ ବିରୋଧ କରୁଥିଲେ ପିଲା । ଆଉ ଏହାକୁ ନେଇ ପିଲାଙ୍କ ପାଇଁ ନିର୍ଦୟୀ ପାଲଟି ଯାଇଥିଲା ଜନ୍ମଦାତ୍ରୀ । ଭୁବନେଶ୍ବର ମୈତ୍ରୀ ବିହାର ଥାନା ମୈତ୍ରୀ ବିହାର ଥାନା ମହାବୀର ନଗର ବସ୍ତି ଅଞ୍ଚଳରୁ ଆସିଛି ଏଭଳି ଛାତିକୁ ଥରାଇ ଦେଲାଭଳି ଖବର। ବାପା ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ରଖିଥିଲା ସମ୍ପର୍କ । ଏମିତିକି ସବୁଦିନ ଘରକୁ କରୁଥିଲା ଯିବା ଆସିବା । ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ ।
କଥାକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଲା ମାଆ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିଛି । ଏହାସହ ମାଆକୁ ଅଟକ ରଖି ଜେରା କରୁଛି।