ମାଣିକେଶ୍ବରୀ ୟୁନିଭର୍ସିଟିର ଛାତ୍ରୀ ତୋଫାଳୀ ମୃତ୍ୟୁ ଘଟଣାକୁ ରାଜନୀତି କରଣକୁ ନିନ୍ଦା

ନ୍ୟାୟ ପାଇଁ ଲଢ଼େଇ ଜାରୀ ରଖିବ ଫୋରମ୍

କଳାହାଣ୍ଡି, ୨୩|୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ତୋଫାଳୀ ନାଏକଙ୍କ ମୃତ୍ୟୁ ଘଟଣାରେ ପରିବାରକୁ ନ୍ୟାୟ ଦାବିରେ ଆଗକୁ ଆସିଛି “ଜଷ୍ଟିସ ଫର ତୋଫାଳୀ ନାଏକ ଫୋରମ୍” । ଜିଲ୍ଲାର ବିଭିନ୍ନ ବହୁଜନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗଠିତ ଏହି ଫୋରମ ତୋଫାଳୀ ନାଏକଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହିତ ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଧନଞ୍ଜୟ ଦୀପ ଯିଏକି ଓଡ଼ିଶାର ଏକ ଅଗ୍ରଣୀ ସାମାଜିକ ସଂଗଠନ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ପୂର୍ବତନ ଓ ବହିଷ୍କୃତ ସଭାପତି ଫେଡେରେସନର ନାମକୁ ବେଆଇନ ଭାବେ ବ୍ୟବହାର କରି ନିଜ ବ୍ୟକ୍ତିଗତ ଫାଇଦା ପାଇଁ ଆସନ୍ତା ୨୪ ତାରିଖ ଦିନ ଏସପି ଅଫିସ ଘେରାଉ କରିବାକୁ ଏକତରଫା ଘୋଷଣା କରିଥିବାରୁ ଏହାକୁ ଫୋରମ୍ ସମେତ ଜିଲ୍ଲାର ସମସ୍ତ ବହୁଜନ ସଂଗଠନ ଦୃଢ଼ ନିନ୍ଦା କରିଛନ୍ତି। ଭବାନୀପାଟଣା ନକଟିଗୁଡ଼ାସ୍ଥିତ ଆମ୍ବେଦକର ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରାଯାଇଛି। ମୃତ ଛାତ୍ରୀ ଓ ସେମାନଙ୍କ ପରିବାର ପ୍ରତି ଫୋରମ ଏବଂ ଜିଲ୍ଲାର ସମସ୍ତ ବହୁଜନ ସଂଗଠନ ସମ୍ବେଦନଶୀଳ ଅଛନ୍ତି। ନ୍ୟାୟ ଓ ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡ. ନିବେଦିତା ନାଥ ଓ ତଦନ୍ତକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ବହିଷ୍କୃତ ଓ ଏଓଏସସିଏଫ୍ ର ଆତ୍ମଘୋଷିତ ସଭାପତି ଧନଞ୍ଜୟ ଦୀପ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ନାମ ବ୍ୟବହାର କରି ଏସପି ଅଫିସ ଘେରାଉ କରିବାର କୌଣସି ନୈତିକ ଅଧିକାର ନାହିଁ , ଫେଡେରେସନ ଜିଲ୍ଲାର ସମସ୍ତ ଦଳିତ ଓ ବହୁଜନ ସମାଜର ସଂଗଠନ ଭାବେ ପରିଚିତ ତାର ସ୍ଵତନ୍ତ୍ର ପରିଚୟ ରହିଛି । ତେଣୁ ଫେଡରେସନର ନାମ ଅପବ୍ୟବହାର କରି ଜିଲ୍ଲାର ସମସ୍ତ ବହୁଜନ ସମାଜକୁ ବିଭ୍ରାନ୍ତ ନ କରିବାକୁ ଫୋରମ ତରଫରୁ ଚେତାବନୀ ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମୂଳ ନିବାସୀ ବହୁଜନ କର୍ମଚାରୀ ସଂଘର ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବହୁଜନ ମୁକ୍ତି ପାର୍ଟିର ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ଆଜାଦ, ଭୀମ ଆର୍ମୀ କଳାହାଣ୍ଡି ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ବିଏସପି କଳାହାଣ୍ଡି ଲୋକସଭା ମଣ୍ଡଳୀ ସଂଯୋଜକ ତଥା ଫେଡେରେସନର ଉପଦେଷ୍ଟା ଯୋଗେଶ୍ଵର ସାଗର, ମାତା ସାବିତ୍ରୀ ବାଇ ଫୁଲେ ସଂଗଠନର ସଭାନେତ୍ରୀ ତଥା ଫେଡରେସନର କାର୍ଯ୍ୟକାରୀ ସଭାନେତ୍ରୀ ରମଣୀ ଦୁରିଆ, ଫେଡେରେସନର ପୂର୍ବତନ ମହାସଚିବ ଯତୀନ୍ଦ୍ର କର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସେହିପରି ବହିଷ୍କୃତ ବ୍ୟକ୍ତି ଧନଞ୍ଜୟ ଦୀପଙ୍କ ସହିତ କୌଣସି ସଂଗଠନର କର୍ମକର୍ତ୍ତା ସମ୍ପର୍କ ନ ରଖିବା ଓ ତାଙ୍କ ସହିତ କୌଣସି ଆର୍ଥିକ କାରବାର ନ କରିବାକୁ ସେମାନେ ଅନୁରୋଧ କରିଥିଲେ। ଏହାସହିତ ଶ୍ରୀ ଦୀପ ନିଜର ବ୍ୟକ୍ତିଗତ ଫାଇଦା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେବାକୁ ଜିଲ୍ଲାର ସମସ୍ତ ବହୁଜନ ସଂଗଠନ ନିନ୍ଦା କରିବା ସହିତ ଆଗାମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧ ତାରିଖ ଦିନ ଚତୁର୍ଥ ବାର୍ଷିକ ଉତ୍ସବରେ ଆତ୍ମଘୋଷିତ ସଂଗଠନର ସଭାପତି ଶ୍ରୀ ଦିପ ନିଜେ ନିଜ କାର୍ଯ୍ୟକାଳର ସମାପ୍ତି ଘୋଷଣା କରିଥିଲେ ଓ ଡିସେମ୍ବର ୨୧ ତାରିଖ ଏବଂ ଚଳିତ ଜାନୁୟାରୀ ୨ ତାରିଖ ଦିନ ନିଜକୁ ଏଓଏସସିଏଫ୍ ର ରାଜ୍ୟ ସଭାପତି ଭାବେ ଘୋଷଣା କରିଥିଲେ। ବର୍ତ୍ତମାନ ତୋଳାଳୀ ନାଏକ ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣାରେ ନିଜର ରାଜନୈତିକ ପରିଚୟ ସୃଷ୍ଟି ପାଇଁ ଆସନ୍ତା ୨୪ ତାରିଖ ଦିନ ଏସ୍ ପି ଅଫିସ୍ ଘେରାଉ ପାଇଁ ଘୋଷଣା କରିଥିବାରୁ ଫୋରମ୍ ବିରୋଧ କରିଛି। ଫୋରମ୍ ପକ୍ଷରୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ମାନବାଧିକାର କମିଶନ୍ ଓ ସିବିଆଇର ଦ୍ଵାରସ୍ଥ ହେବ ବୋଲି ମଧ୍ୟ ଫୋରମ୍ ର ସଦସ୍ୟମାନେ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page