ମୁଁ ଓଡିଆ ପ୍ରତିଷ୍ଠିତ କାର୍ଯ୍ୟକ୍ରମ

ଭୁବନେଶ୍ୱର ତା 20/02/25: ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହିତ ସମଗ୍ର ରାଜ୍ୟ ତଥା ବାହାରେ ମା, ମାଟି, ମାତୃଭାଷା ପାଇଁ କାମ କରିବା ସହିତ ଧର୍ମୀୟ ବାତାବରଣ ସୃଷ୍ଟି କରିବା, ସମସ୍ତ ସ୍ୱାଭିମାନୀ ଓଡ଼ିଆ ଙ୍କୁ ଏକାଠି କରିବା “ମୁଁ ଓଡିଆ “ସଂଗଠନ ର ମୁଖ୍ୟ ଉଦେଶ୍ୟ ବୋଲି ସଂଗଠନ ର ପ୍ରତିଷ୍ଠାତା ସଭ୍ୟ ସାଧୁ, ଦୈତାରୀ ମହାପାତ୍ର ଭୁବନେଶ୍ୱର ସ୍ଥିତ ବୁଲନଭାଇ ସେବା ସଦନ ଠାରେ ମତବ୍ୟକ୍ତ କରିଥିଲେ l ଉକ୍ତ ସଂଗଠନ ରେ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଶଶଧର ପଣ୍ଡା, ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ବିଶିଷ୍ଟ ସାହିତ୍ୟିକ ତଥା ତାମିଲନାଡୁ ବୈଦିକ ବିଶ୍ୱ ବିଦ୍ୟାଳୟ କୁଳପତି ଡ଼ ହରିହର କାନୁନଗୋ, ଭାଷାପ୍ରାଣ ଅବନୀକାନ୍ତ ପାଟଯୋଶୀ, ସାମ୍ବାଦିକ ଅରୁଣ କୁମାର ସାହୁ ଉପସ୍ଥିତ ରହିବା ସହିତ ସମାଜରେ କିଛି ବୈପ୍ଲବିକ ପରିବର୍ତନ ଆଣିବାକୁ ନିଜନିଜ ମତ ରଖିଥିଲେ l ଏହା ସହିତ ଆସନ୍ତା ମାର୍ଚ୍ଚ ମାସ 6 ତାରିଖ ରୁ 14 ପର୍ଯ୍ୟନ୍ତ ଢେଙ୍କାନାଳର କାମାକ୍ଷାନଗର ଠାରେ ଅଥର୍ବବେଦ ଯଜ୍ଞ ସହିତ,ପୂର୍ଣ୍ଣାହୂତି, ବେଦପାଠ, ଜିଲ୍ଲା ବ୍ଲକସ୍ତରରେ ସଂଗଠନ ଦାଇତ୍ୱ ଦେବା, 30 ଟି ଜିଲ୍ଲା କମିଟି ଗଠନ କରିବା ପ୍ରମୁଖ କାର୍ଯ୍ୟକ୍ରମ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିଲା l ସନାତନ ଧର୍ମ, ମାନବିକତା ର ପ୍ରମୁଖ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଡ଼ କାନୁନଗୋ ଓ ସଜ୍ଜନ ଶର୍ମା ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ରମେଶ ମହାପାତ୍ର, ପ୍ରଣୟ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page