ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ପରୀକ୍ଷା ପାଇଁ ସ୍ତଗିତ ହେଲା ଜୟଦେବ ଗୌରବ ସମ୍ମାନ ଉତ୍ସବ

ବାଲିଅନ୍ତା ୧୭/୦୨: ବାଲିପାଟଣା ଖେଳ ପଡିଆରେ ଆସନ୍ତା ୨0 ରୁ ୨୨ ରେ ହେବାକୁ ଥିବା ଦ୍ୱିତୀୟ ବାର୍ଷିକ ଜୟଦେବ ଗୌରବ ସମ୍ମାନ ଉତ୍ସବ ସ୍ଥଗିତ ରହିବା ସମ୍ବନ୍ଧରେ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ପରୀକ୍ଷା କୁ ଗୁରୁତ୍ୱ ଦେଇ ଓ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ମହୋତ୍ସବ କୁ ସ୍ଥଗିତ ରଖାଯାଇଥିବା ଆୟୋଜକ ସିଦ୍ଧିବିନୟକ୍ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦିକା ବିଦୁସ୍ମିତା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ଜୟଦେବ ଗୌରବ ସମ୍ମାନ ଆଗାମୀ ଦିନରେ ଧୁମ୍ ଧାମ ରେ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରତିଶୃତି ମିଳିଛି । ସାମ୍ବାଦିକ ସମ୍ମିଳନୀ ରେ ଟ୍ରଷ୍ଟ ଅଧ୍ୟ୍ୟକ୍ଷ ସତ୍ୟପ୍ରିୟ ବେହେରା , କର୍ମକର୍ତା ଆଲୋକ ଆଚାର୍ଯ୍ୟ, ପୂର୍ଣ୍ଣ ଚନ୍ଦ୍ର ମାହୁନ୍ତ, ରତିକାନ୍ତ ପ୍ରଧାନ, ବିଜୟ ପ୍ରଧାନ ଓ ସୂର୍ଯ୍ୟକାନ୍ତ ମୁଖି ପ୍ରମୁଖ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page