ଯୋଗବେଦାନ୍ତ ସେବାସମିତି ପକ୍ଷରୁ ମାତୃପିତୃ ପୂଜନ ଅନୁଷ୍ଠିତ

ଭୁବନେଶ୍ୱର: ଯୋଗବେଦାନ୍ତ ସେବାସମିତି ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ ଠାରେ ମାତୃ-ପିତୃ ପୂଜନ ସହିତ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସନ୍ଥ ଆଶାରାମଜୀଙ୍କ ଦ୍ୱାରା ପ୍ରେରିତ ଉକ୍ତ ଅନୁଷ୍ଠାନ ପକ୍ଷରୁ ମାତୃ-ପିତୃମାନଙ୍କୁ ବିଧିପୂର୍ବକ ପୂଜନ କରିବାସହିତ ପିଲାମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରେମ ଦିବସ ପାଳନ ନକରି ଏହି ଦିବସଟିକୁ ମାତୃ-ପିତୃ ପୂଜନ ଓ ଗୁରୁଜନମାନଙ୍କୁ ଯଥାବିଧି ପୂଜନ ବ୍ୟକ୍ତିର ବୌଦ୍ଧିକ ବିକାଶ ଘଟିବା ସହିତ ସମାଜରେ ଏକ ସକାରାତ୍ମକ ଭୂମିକା ପଡ଼ିଥାଏ ବୋଲି ଅନୁଷ୍ଠାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ସମାଜରେ ପିତାମାତା ସନ୍ତାନମାନଙ୍କୁ ନୈତିକ ମୂଲ୍ୟବୋଧ ସହିତ ଆଧ୍ୟାତ୍ମିକ ଦିଗ ପ୍ରତି ପ୍ରେରିତ କରିବା ଆବଶ୍ୟକ ବୋଲି ଅନୁଷ୍ଠାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ମାତା ଓ ପିତା ଭାବେ ଅଲେଖ ସାମଲ ଓ ଅନୁସୂୟା ସାମଲ ଉପସ୍ଥିତରହି ଆଶୀର୍ବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗିରିଶ ପରିଚାଳନା କରିଥିବାବେଳେ ପ୍ରମୁଖ ସହଯୋଗ କରିଥିଲେ ଜୟଶ୍ରୀ, ରାଜଶ୍ରୀଙ୍କ ଅନୁଷ୍ଠାନର ସମସ୍ତ ସଦସ୍ୟସଦସ୍ୟା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page