ଖୋର୍ଦ୍ଧା: ଆଗାମୀ ନମାମିମନ୍ଦାକିନୀ ମହୋତ୍ସବ ପୂର୍ବରୁ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ସହ ଉତ୍କଳର ଭାଷା, ସାହିତ୍ୟ, ସଂସ୍କୃତି, ଲୋକଗୀତ, ପରମ୍ପରା ସହିତ ପାଇକ ସାମରିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ୟ୍ୟକ୍ରମରେ ଅଭିଯାନର ସଭାପତି, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ମତବ୍ୟକ୍ତ କରି କହିଥିଲେ ଯେ ଉତ୍କଳର ବିଲୁପ୍ତପ୍ରାୟ ଲୋକଗୀତ, ଲୋକନାଟକ, ଲୋକଢଗ,

ଲୋକବୋଲି ବାଣୀର ମହତ୍ତ୍ୱ ଯୁଗେ ଯୁଗେ ରହିଆସିଛି ଓ ଏହାକୁ ପୁନଃରୁଦ୍ଧାର କରିବା ସହ ସମାଜରେ ଏକ ସକାରାତ୍ମକ ପ୍ରଭାବ ଯେପରି ପଡିପାରିବ, ତାହା ଉପରେ ସମସ୍ତଙ୍କୁ ଅବଗତ କରେଇବା ଓ ଆମର ପରମ୍ପରାକୁ ପୁନଃସ୍ଥାପିତ କରାଇବାହେଉଛିଏହାରମୂଳଲକ୍ଷ୍ୟ. ସମ୍ମାନିତ ଅତିଥିଭାବେ ଡ଼ ପ୍ରଦୀପ କୁମାର ବିଶ୍ୱାଳଙ୍କ ସହବହୁସାରସ୍ୱତପ୍ରାଣଯୋଗଦେଇଥିଲେ. ପାଇକ କ୍ରୀଡ଼ାବିତ କବିରାଜ ପ୍ରଧାନଙ୍କ ସହ ସଫଳ ହୋଇଥିବା ପ୍ରତିଯୋଗିଙ୍କୁ ଓଡ଼ିଆ ନବବର୍ଷ ଉପଲକ୍ଷେ ଆସନ୍ତା ୧୪ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ ସମ୍ମାନିତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ I