ରାମ ନାମ ସତ୍ୟ ହେ’ ଧ୍ୱନିରେ କମ୍ପିଲା ଗୃହ


ଭୁବନେଶ୍ୱର(ବୁ୍ୟରୋ) ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି । ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ । ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ । ବିଧାନସଭାରେ ପ୍ରତୀକାତ୍ମକ କୋକେଇ ଧରି ବୁଲିଲେ ବିରୋଧୀ ।’ରାମ ନାମ ସତ୍ୟ ହେ’ ନାରାବାଜିରେ କମ୍ପିଲା ବିଧାନସଭା । ଧୋଇଗଲା ପ୍ରଶ୍ନକାଳ, ଚାଲିପାରିଲାନି ଗୃହ । ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ସେପଟେ ବିଧାନସଭା ମୁଲତବୀ ପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ କୋକେଇ ଶୋଭାଯାତ୍ରା କରିଛନ୍ତି । । ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବିରୋଧୀ ଅଭିଯୋଗ କରିଛି । ଅପରେସନ ସକ୍ସସେସଫୁଲ୍ ପେସେଣ୍ଟ ଡେଥ୍ । ଆୟୁଷ୍ମାନ ଯୋଜନା ନୁହେଁ ତ ଶ୍ମଶାନ ଯୋଜନା କହି ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏବେ ଲୋକଙ୍କ ମରିଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ବିଜେପି ବିଧାୟକ ମାନସ ଦତ୍ତ କହିଛନ୍ତି, ସମ୍ବେଦନଶୀ ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଘଟଣାରେ ସମାଧାନ ନୁହେଁ କହିଲା ବିଜେପି । ଗତକାଲି ଫ୍ୟାକ୍ଟ ଫାଇଣ୍ତିଂ ଟିମ୍ ଘଟଣାରେ ତଦନ୍ତ କରିଛି । ରିପୋର୍ଟ ଆସିବା ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏସସିବି ଅଗ୍ନିକାଣ୍ତ ଘଟଣାରେ ଗତକାଲି ସ୍ୱାସ୍ଥମନ୍ତ୍ରୀ ବିବୃତି ରଖିଥିଲେ । ଏସସିବି … କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ ଜେନା, ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ ବେହେରା, ଏସସିବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଓ ଏସସିବି ସବଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ବିଶ୍ୱାଳ ।ଗତ ରବିବାର ରାତିରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘଟଣା ଘଟିବା ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ଜଣ ରୋଗୀ ଥିଲେ । ଘଟଣାରେ ଏପର୍ଯ୍ୟନ୍ତ ଦଶରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ପରେ ଆୟୁସିୟୁରେ ସାଂଘାତିକ ସ୍ଥିତି ଉପୁଜିଥିଲା । ଗୁରୁତର ରୋଗୀଙ୍କୁ ନ୍ୟୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page