ରାମାନୁଜନ ଛାତ୍ରା ବାସ ପରିସର ରେ ଶ୍ରୀନିବାସ ରାମାନୁଜନଙ୍କ ପ୍ରତିମୂର୍ତ୍ତି ଉନ୍ମଚିତ

ଭୁବନେଶ୍ୱର: ସର୍ବ ଭାରତୀୟ ସ୍ତରରେ ପାଞ୍ଚଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟ ରୁ ୧୯୬୩ ରେ ପ୍ରତିଷ୍ଠିତ ଭୁନେଶ୍ବରସ୍ଥିତ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ ଅନ୍ୟତମ। ଏହି ଅନୁଷ୍ଠାନରେ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ସହିତ ଆଣ୍ଡମାନ ନିକୋବରର ଛାତ୍ର ଛତ୍ରୀମାନେ ସର୍ବ ଭାରତୀୟ ପ୍ରଵେଶ ପରୀକ୍ଷାରେ କୃତିତ୍ବ ହାସଲ କରି ଉତ୍ତମ ଶିକ୍ଷକ ହେବା ନିମନ୍ତେ ତାଲିମ ଗ୍ରହଣ କରିଥାନ୍ତି। ଏହି ପ୍ରତିଷ୍ଠାନ ଆବାସିକ ହୋଇ ଥିବାରୁ ଏହାର ପାଞ୍ଚଟି ଉଚ୍ଚମାନ ର ପ୍ରତିଷ୍ଠିତ ଛାତ୍ରାବାସ ଭାରତ ର ସୁଯୋଗ୍ୟ ସନ୍ତାନ ମାନଙ୍କ ନାମ ରେ ନାମିତ କରା ଯାଇଛି। ଉକ୍ତ ପ୍ରତିଷ୍ଠାନ ସ୍ଥିତ ପୂରାତନ ଛାତ୍ର ସଂଗଠନ ଆନିକୁଲ୍ୟ ରେ ରାମାନୁଜ ନ ହଷ୍ଟେଲ ପରିସର ରେ ଛାତ୍ର ସଂଗଠନ ର ସଭାପତି ଡ଼. ହାଡିବନ୍ଧୁ ପଟ୍ଟନାୟକ ଙ୍କ ସୌଜନ୍ୟ ରୁ ଶ୍ରୀନିବାସ ରାମାନୁଜଙ୍କ ପ୍ରତିମୂର୍ତ୍ତି ପ୍ରଫେସର୍ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ,ଯୁଗ୍ମ ନିର୍ଦ୍ଦେଶକ, ନେସନାଲ କାଉନସିଲ ଅଫ ଏଡିକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଙ୍ଗ,ନୂଆ ଦିଲ୍ଲୀ ଙ୍କ କର କମଳ ରେ ଉନ୍ମଚିତ ହୋଇ ଯାଇଛି। ଏହି ଉତ୍ସବରେ ପ୍ରତିଷ୍ଠାନ ର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ, ଏନସି ଇ ଆର ଟି ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି, ପ୍ରଫେସର ଲକ୍ଷ୍ମୀଧର ବେହେରା, ଅଧ୍ୟାପକ କଳିଙ୍ଗ କେତକୀ, ଅଧ୍ୟାପିକା ରଶ୍ମୀ ରେଖା ସେଠୀ, ପ୍ରଫେସର ରିତାଞ୍ଜଳି ଦାଶ, ଡ. ସୌରଭ କପୂର୍ ଓ ଅଧ୍ୟାପକ ଡ .ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ଯୋଗଦେଇ ଶୋଭା ବର୍ଦ୍ଧନ କାରିଥିଲ। ପ୍ରତିଷ୍ଠାନ ର ବରିଷ୍ଟ କର୍ମକର୍ତ୍ତା ଅଶୋକ ବଳିଆର ସିଂହ ଓ ପ୍ରଦୀପ କୁମାର ବେହେରା ଉନ୍ମଚନ ଉତ୍ସବ ସଞ୍ଚାଳନ ରେ ସହାୟତା କରିଥିଲେ। ଛାତ୍ରାବାସ ତତ୍ତ୍ୱାବଧାରକ ଡ. ମନୋଜ ଯାଦବ ଓ ଅନ୍ତେବାସୀ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା ରେ ସହାୟତା କରି ଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୂରାତନ ଛାତ୍ର ସଂଗଠନ ତରଫ ରୁ କାର୍ଯ୍ୟକାରି ସଦସ୍ୟ ରାମ ଚନ୍ଦ୍ର ମିଶ୍ର, ଚକ୍ରଧର ଦାଶ, କୋଷାଧ୍ୟକ୍ଷ ବିଜୟ କୁମାର ରାଉତ ,ଅରୁଣ କୁମାର ପତି ଓ ଉମା ଶଙ୍କର ମିଶ୍ର କାର୍ଯୟନିର୍ବାହ କରିଥିଲେ।
ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ , ତାଙ୍କ ବାର୍ତ୍ତା ରେ ପୁରାତନ ଛାତ୍ର ସଂଗଠନ ର ଏହି ମହତ୍ କାର୍ଯ୍ୟ କୁ ଭୂରି ଭୂରି ପ୍ରଶଂସା କରିବା ସହିତ ଏହି ପ୍ରତିମୂର୍ତ୍ତି ପୂଜା ପୂଜା ସଂସ୍କୃତି ସୁରକ୍ଷା ସହିତ ଭବିଷ୍ୟତ ପିଢ଼ି ର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିବାରେ ସହାୟକ ହେବ। ଡ. ହାଡିବନ୍ଧୁ ପଟ୍ଟନାୟକ, ସଭାପତି ଶ୍ରୀନିବାସ ରାମାନୁଜ ଙ୍କ ସମ୍ବନ୍ଧ ରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଓ ବର୍ତ୍ତମାନ ପରିସ୍ଥିତି ରେ ନୈତିକ ଶିକ୍ଷା ର ଆବଶ୍ୟକତା ସମଵନ୍ଧରେ ଦୃଢ଼ ମତ ପ୍ରକାଶ କରି ଥିଲେ।ସମ୍ପାଦକ ରମେଶ ଚନ୍ଦ୍ର ପାତାଳ ସିଂହ ଉପସ୍ଥିତ ସମସ୍ତ ଶିକ୍ଷକ, ପ୍ରତିଷ୍ଠାନ ର କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ମୁଖ୍ୟ ଅତିଥି ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଶେଷ ମୁହୁର୍ତ ରେ ଅନୁରୋଧ ରକ୍ଷା କରି କାର୍ଯକ୍ରମ ରେ ଯୋଗ ଦେଇ ଥିବାରୁ ସଙ୍ଗଠନ ତରଫ ରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଙ୍କ ପ୍ରେରଣା ଓ ସହାୟତା ଅନୁଷ୍ଠାନ ପାଇ ଚିରଦିନ ପାଥେୟ ହୋଇ ରହିବ ବୋଲି ପ୍ରସ୍ତାବ ରଖି ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page