କଳାହାଣ୍ଡି,୨୬।୨(ଉତ୍କଳ ବୁଲେଟିନ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହଲି ଶ୍ରୀ ଚମ୍ପେଶ୍ୱର ମହାଦେବ ଙ୍କ ପୀଠ ସ୍ଥାନରେ ଶିବରାତ୍ରି ଅବସରରେ ଅଷ୍ଟ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉତ୍ସାହ ସହିତ ହେଉ ଅଛି।ମଙ୍ଗଳବାର କଳସ ଯାତ୍ରା ହୋଇଥିବା ବେଳେ ବୁଧବାର ପ୍ରାତଃ ରୁ ଗ୍ରାମ୍ୟ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ଆରମ୍ଭ କରାଯାଇଥିଲା ।ପୂଜକ ଭାବରେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ ,ମୋହନ ତିୱାରୀ, ଧ୍ରୁବ ତିୱାରୀ, ମିଥଲେସ ତିୱାରୀ, କର୍ତ୍ତା ଉପେନ୍ଦ୍ର ଭଇଁଶାଲ, ତାଙ୍କ ପତ୍ନୀ ସରୋଜିନୀ ପୂଜନ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଆସନ୍ତା ୨୫ ରେ କଳସ ଯାତ୍ରା, ୨୬ ରେ ଅଖଣ୍ଡ ନାମଯଜ୍ଞର ଓ ୨୭ ରେ ଦାଧିହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୂତି ସମ୍ପନ୍ନ ହେବ। ଏହି ନାମ ଯଜ୍ଞରେ ଛଅ ଗୋଟି ପ୍ରମୁଖ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି। ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଅର୍ଣ୍ଣଛତ୍ରର ବ୍ୟବସ୍ଥା କରାଯାଇ ଅଛି । ଏହି କାର୍ଯ୍ୟକ୍ରମ କୁ କମିଟି ର ସଭାପତି କମଲୁ ଗୋପାଳ, ସମ୍ପାଦକ ଗୋଲାପ ଚନ୍ଦ୍ର ବାଗ, କୋଷାଧ୍ୟକ୍ଷ ସିଦ୍ଧେଶ୍ୱର ଭଇଁଶାଲ,ହୁକିମ ଚନ୍ଦ୍ରଭଇଁଶାଲ, ପୁସ୍ତମ୍ଭ ରଣା, ପରମେଶ୍ବର ହେର୍ଣା, ପବିତ୍ର କାଣ୍ଡ, ଡିଙ୍ଗର ନାଏକ, ପରମେଶ୍ବର ନାଏକ, ଉପେନ୍ଦ୍ର ନାଗ, ଚମ୍ପେଶ୍ୱର୍ ମହାଦେବ ଙ୍କ ପୂଜକ ତ୍ରିଲୋଚନ ଦାସ, ସଂଯୋଜକ ବିଜୟ ଅଗ୍ରୱାଲ ସମେତ ଛଞ୍ଚାଣ ବାହାଲି ଗ୍ରାମବାସୀ ସହଯୋଗ କରିଛନ୍ତି ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )