ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ

କଳାହାଣ୍ଡି, ୧୩/୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂପ୍ରସାରିତ କଳାହାଣ୍ଡି ଉତ୍ସବ ଉପଲକ୍ଷେ ବଣ୍ଡାକୁଟୁରା ସ୍ଥିତ କର୍ତ୍ତବ୍ୟ କାର୍ଯ୍ୟାଳୟ ଠାରୁ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ଦୀର୍ଘ ୯କିମି ରାସ୍ତା ଉପରେ ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ଡାକ୍ତର ମୋନିକା ପରଶିରା ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥଲେ।ଏଥିରେ କଲମପୁର ବ୍ଲକ ର ମଣ୍ଡଳ ଗ୍ରାମର ଗିରିଧାରି ବାଗ ପ୍ରଥମ, କଲମପୁର ବ୍ଲକ ପାଣି ଗାଁ ର ଫକିର ନାଗ ଦ୍ଵିତୀୟ ଓ କଲମପୁର ବ୍ଲକ ପାଣି ଗାଁ ର କିଶୋର ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ଗଣଦୌଡରେ ସାମିଲ ଯୁବକମାନଙ୍କୁ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ତଥା ଉତ୍ସବ କମିଟି ଅଧ୍ୟକ୍ଷ ଧିମାନ ଚକମା, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ଅର୍ଥ କମିଟି ର ଉପାଧ୍ୟକ୍ଷ ସୁଶ୍ରୀ ହୀରା ବାଗ, ଇଙ୍ଗିତ ପଣ୍ଡା, ବରିଷ୍ଠ କ୍ରୀଡାବିତ୍ ଲକ୍ଷ୍ମୀକାନ୍ତ ବାଗ,କର୍ତ୍ତବ୍ୟ ଅନୁଷ୍ଠାନ ର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ, କ୍ଷୀରୋଦ ବାଗ ପ୍ରମୁଖ ମଞ୍ଚାସିନ ରହି ବିଜୟୀ କ୍ରୀଡାବିତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ। କ୍ରୀଡ଼ା କମିଟି ରେ ଅଭୟ ବାଗ, ଶ୍ରବଣ ଜାଲ, ନୟନ ସାହୁ, ସନ୍ତୋଷ ନାଏକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ। ମୂଖ୍ୟ ଉତ୍ସବ ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page