ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ

କଳାହାଣ୍ଡି,୨୨|୧୨, (ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନ ଚରିତ ଓ ଗଣିତ ପ୍ରତି ତାଙ୍କର ଅବଦାନ ବିଷୟରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମକରଧ୍ଵଜ ନାଗ ଓ ବ୍ୟୋମକେଶ ବିର୍ତ୍ତିଆ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁମାନଙ୍କ ଦ୍ଵାରା ଗୋଟିଏ ଗଣିତ ହାଟ ବସାଯାଇଥିଲା ଏଥିରେ ଶିଶୁ ମାନେ

କିଣା ବିକା, ଲାଭ କ୍ଷତି, ହିସାବ କିତାବ ବିଷୟରେ ଧାରଣା ପାଇପାରିଲେ । ବିଭିନ୍ନ ପ୍ରତି ଯୋଗିତାରେ ସଫଳ ହୋଇ ଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଆଗେଇ ନେଇ ଥିଲେ ଗୁରୁଜୀ ଶ୍ରୀମାନ ରବୀନ୍ଦ୍ର ଗଉଡ। ଗଣିତ ଗୁରୁଜୀ ଉଦ୍ଧବ କରୁଆଁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଆରତି ନାୟକ ବିବରଣୀ ପଠନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ରାଜେଶ୍ୱରୀ ରଥ ଗୁରୁମା ଓ ଛାତ୍ରୀ ଶାସ୍ଵତିକା ଦାସ । ଗୁରୁଜୀ ରାଧୁ ବଗର୍ତ୍ତି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇ ପାରିଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News