ସଶକ୍ତ ଓଡ଼ିଶା ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, ୨୬.୧ : ସାମାଜିକ ଅନୁଷ୍ଠାନ ସଶକ୍ତ ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ସିଆରପିଏଫ୍ ଛକସ୍ଥିତ କାର୍ଯ୍ୟାଳୟଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଭାପତି ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଭେଷଜ ବିଶାରଦ ଡଃ ଶତୃଘ୍ନ ବେହେରା, ଭାଷାପ୍ରାଣ ନବ କିଶୋର ପ୍ରଧାନ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଜିର ଯୁବପିଢି ଶହୀଦ ଓ ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋବକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଶତପଥି ମତବ୍ୟକ୍ତ କରିଥିଲେ ଯେ, ଉକ୍ରଳର କଳା, ସଂସ୍କୃତି ଓ ପରମ୍ପରା ତଥା ଶହୀଦ ଓ ମହାପୁରୁଷଙ୍କ ଆତ୍ମ ବଳିଦାନ, ବୀରତ୍ୱ ଆନ୍ତର୍ଜାତୀୟସ୍ତରରେ ସ୍ୱତନ୍ତ୍ର ଗୌରବ ହାସଲ କରିଛି । ଓଡ଼ିଆମାନେ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ସହିତ ସ୍ୱକୀୟ ପ୍ରତିଭା ଦ୍ୱାରା ରାଜ୍ୟ ତଥା ଦେଶର ମାନ ବୃଦ୍ଧି କରିଛନ୍ତି । ଏହି ଅବସରରେ ସଶକ୍ତ ଓଡ଼ିଶାର ମହିଳା ସଶକ୍ତିକରଣ ଓ ଆତ୍ମନିଯୁକ୍ତି କର୍ମଶାଳା ସପ୍ତାହକୁ ମୁଖ୍ୟ ଅତିଥି ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ବିଭିନ୍ନ ସାମାଜିକ କାର୍ଯ୍ୟଧାରାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହିତ ଦେଶ ପାଇଁ ଅନୁରିକ୍ତଭାବ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସମାଜସେବୀ ସାଧୁଚରଣ ବେହେରା, ଅନିିତା ସ୍ୱାଇଁ ପରି•ଳନା କରିଥିବା ବେଳେ ସମାଜସେବୀ ବ୍ୟୋମକେଶ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page