ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

ଭୁବନେଶର: ସାଇ ବିନାୟକ ଶିଶୁମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବମିଖାଲସ୍ଥିତ ବିଦ୍ୟାଳୟ ପରିସରରେ ପ୍ରାତଃ ଲକ୍ଷାର୍ଚ୍ଚନା ପୂଜା ସହିତ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟତ୍ରୀ ଐଶ୍ୱର୍ଯ୍ୟା ଲକ୍ଷ୍ମୀ ତି୍ରପାଠୀଙ୍କ ସଂଯୋଜନା ଓ ଆବାହକ ବନମାଳୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯନ୍ତ୍ରୀ ତଥା ସତ୍ୟସାଇ ସଂଗଠନର ରାଜ୍ୟ ପ୍ରଜ୍ଞାନିର୍ବାହକ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟବକ୍ତାଭାବେ ସତ୍ୟ ସାଇ ସଂଗଠନର ଯୁଗ୍ମ ଶିକ୍ଷା ସଂଯୋଜିକା ଡ. ନୟନତାରା ଛୋଟରାୟ, ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମମତା ସାହୁ, ସମାଜସେବିକା ପୂର୍ଣ୍ଣିମା ବେହେରା ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କୁ ପାଠପଢା ସହିତ ନୈତିକ ମୂଲ୍ୟବୋଧ, ଗୁରୁ ଆଜ୍ଞା ତଥା ସମାଜ ପାଇଁ କିଛି ଭଲ କାମ କରିବାକୁ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସପ୍ତମ ବାର୍ଷିକ ଉସôବ ଅବସରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷୟତ୍ରୀ ପ୍ରବାତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରମୁଖ ପରିଚାଳନା କରିଥିଲେ ଲିଜା, ଗୀତା, ଗୁରୁମା ଓ ତପସ୍ୱିନୀ ରାଉତ । Report: Priyabrat Barik, Utkalbulletin

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page