ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ପ୍ରକଳ୍ପ କୁ ସ୍ଥାନିୟ ଅଞ୍ଚଳରେ ବିରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ଦସମାଣ ପାଟଣା ଗ୍ରାମ ପଞ୍ଚାୟତ ରେ ୧.୮ କୋଟି ବ୍ୟୟରେ ଗକଊ ଇକୋ କ୍ଲିନ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ନିର୍ମାଣ ହେବାକୁ ଥିବା ସାଧାରଣ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କୁ ଆଜି ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି। ଏଥିପାଇଁ ଆୟୋଜିତ ଜନଶୁଣାଣୀ ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ପ୍ରଶାସନିକ ଅଧିକାରୀଙ୍କୁ ସିଟ୍ ରେ ବସିବାପାଇଁ ଦେଇନଥିଲେ। ଜନଶୁଣାଣୀ ପାଇଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ଯଥା ସମୟ ପୂର୍ବରୁ ଜନଶୁଣାଣୀ ପାଇଁ ତାଙ୍କୁ ନୋଟିସ୍ ଦିଆଯାଇ ନଥିବା ବେଳେ ପ୍ରକଳ୍ପ ବିଷୟରେ ତାଙ୍କୁ ଅବଗତ କରାଯାଇନଥିଲା।ଚଞ୍ଚକତା ସହ ପ୍ରଶାସନକୁ ହାତ କରି କମ୍ପାନୀ ଏଠାରେ ବର୍ଜ୍ୟବସ୍ତୁ ପରିଚାଳନା କଲେ ଏଠି ସଙ୍କ୍ରମଣର ଶିକାର ହେବା ସହିତ ପରିବେଶ ପ୍ରଦୂଷଣ ହେବ ବୋଲି ଦସମାଣ ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ଉପସ୍ଥିତ ଥିବା ନିର୍ଦେଶକ ପ୍ରକଳ୍ପ ବିଷୟରେ କିଛି ଲୋକଙ୍କୁ ଅବଗତ କରାଯାଇଛି ଓ ଆଉ କିଛି ଲୋକଙ୍କୁ ଅବଗତ କରାଯିବା ସହିତ ସ୍ଥାନୀୟ କିଛି ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀର ଡାଇରେକ୍ଟର କହିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page