ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ‌ ଉତ୍କଳ ସାମ୍ବାଦିକ ସଂଘର ଆଲୋଚନା

ଭୁବନେଶ୍ୱର: ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ଓ ଅଧିସ୍ବୀକୃତି କମିଟି ଗଠନ ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅତିରିକ୍ତ ମୂଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଭେଟିଛି ଉତ୍କଳ ସାମ୍ବାଦିକ ସଂଘ।ସଂଘ ପକ୍ଷରୁ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଶ୍ରୀ ଶର୍ମାଙ୍କ ସହ ଆଲୋଚନା ଅବସରରେ କହିଥିଲେ କି,ଦେଶର ଅନ୍ୟାନ୍ୟ ଅଠର ଗୋଟି ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନସନ୍ ଦେଉଛନ୍ତି। ସେହିଭଳି ଅନ୍ୟାନ୍ୟ ରାଜ୍ୟରେ ଅଧିସ୍ବୀକୃତି କମିଟି ମାଧ୍ୟମରେ ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ଦିଆଯାଉଥିଲା ବେଳେ ଆମ ରାଜ୍ୟରେ ଅଧିସ୍ବୀକୃତି କମିଟିକୁ ଦୀର୍ଘ ବର୍ଷ ହେବ ଭାଙ୍ଗି ଦିଆଯାଇଛି। ଫଳତଃ ଯୋଗ୍ୟ ସାମ୍ବାଦିକ ମାନେ ଦୀର୍ଘ ବର୍ଷ ହେବ ଅଧିସ୍ବୀକୃତି ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ରାଜ୍ୟର ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।ଏଣୁ ଅଧିସ୍ବୀକୃତି କମିଟି ଗଠନ ପୂର୍ବକ ରାଜ୍ୟର ଯୋଗ୍ୟ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ କରାଯାଉ ଏବଂ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ ହେଉ। ଏହି ଆଲୋଚନା କାଳରେ ଶ୍ରୀ ଶର୍ମା ଦାବି ଗୁଡିକ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିବା ସହ, ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାର ଯତ୍ନଶୀଳ ଅଛନ୍ତି ବୋଲି ସ୍ପଷ୍ଟ କରିଥିଲେ।ଦାବି ସମୂହର ସମାଧାନ ପାଇଁ ସରକାରୀ ସ୍ତରରେ ଆଶୁ ପଦକ୍ଷେପ ନିଆଯିବ ବୋଲି ସଂଘକୁ ଶ୍ରୀ ଶର୍ମା ଆଶ୍ବସ୍ତ କରିଛନ୍ତି। ଏହି ଅବସରରେ ସଂଘର ଉପଦେଷ୍ଟା ପବିତ୍ର ମହାରଥା ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page