ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

ବାଲିପାଟଣା: ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଅରବିନ୍ଦ ୟୁଥ୍ ଆଣ୍ଡ୍ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ରକ୍ତଭଣ୍ଡାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିପାଟଣା ସିଏଚସି ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲିପାଟଣା ସିଏଚସିର ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା, ବିଜେପି ନେତା ଜଗନ୍ନାଥ ବେହେରା, ଝିଲି ସାମନ୍ତରାୟ, ସମିତି ସଭ୍ୟ ତଥା ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର , ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ , କୈଳାସ ସେଠୀ ରଶ୍ମି ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଉପସ୍ଥିତ ଅତିଥିମାନେ ଏହି ରକ୍ତଦାନ ଶିବିରକୁ ପ୍ରଶଂସା କରିବା ସହ ରକ୍ତଦାନ ଜୀବନ ଦାନ, ରକ୍ତର ଅଭାବରୁ କାହରିକୁ ମରିବାକୁ ଦେବା ନାହିଁ, ରକ୍ତଦାନ ମହାପୂଣ୍ୟ ଆଦି ବାର୍ତ୍ତାର ପ୍ରସାର ପ୍ରସାର ମାତ୍ରାଧିକ ହେଲେ ସମାଜରେ ଆହୁରି ଅନେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବେ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ସେହି ପରିମାଣରେ ରକ୍ତ ମହଜୁଦ ନଥିବାରୁ ଅନେକ ଥାଲାସେମିଆ ରୋଗୀ ମୃତ୍ୟୁବରଣ କରୁଛନ୍ତି, ତେଣୁ ଆଜିର ଯୁବସମାଜ ଏହାକୁ ହୃଦୟଙ୍ଗମ କରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଡଃ ଅରବିନ୍ଦ ଢ଼ାଲି ନିବେଦନ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page