ସେଭ ଗଙ୍ଗୁଆ” ପକ୍ଷରୁ ଗଙ୍ଗୁଆ ପଦଯାତ୍ରା

ଗଙ୍ଗୁଆ ପୁନଃରୁଦ୍ଧାର ପାଇଁ ସାମାଜିକ କର୍ମୀଙ୍କ ସହ ସଂକଳ୍ପ ନେଲେ ଉତ୍ସାହି ଯୁବ ପ୍ରତିଭା
ଭୁବନେଶ୍ୱର:
ଓଡ଼ିଆ ଅସ୍ମିତା,ଐତିହ୍ୟ ଓ ସଂସ୍କୃତି ଓ ପୌରାଣିକ କିମ୍ବଦନ୍ତୀର ଅନନ୍ୟ ପରିଚୟ ଏକାମ୍ରର ପୁଣ୍ୟତୋୟା ଗଙ୍ଗା ଭାବେ ପରିଚିତ ଥୁବା ଗନ୍ଧବତୀ ନଦୀ ଯାହାକି ଆଜି ଭୁବନେଶ୍ୱରର ବିଷ ବହନକରି ଦୂଷିତ ହୋଇଥିବା ଗଙ୍ଗୁଆ ନାଳ l କଳିଙ୍ଗର ଗୌରବମୟ ଇତିହାସର ଚୋଡ଼ଙ୍ଗାଗଡ଼ ରୁ ଶିଶୁପାଳଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ଗନ୍ଧବତୀ ନଦୀ ମାତ୍ର କୋଡିଏ ପଚିଶ ବର୍ଷ ତଳେ

ସାଧାରଣ ଲୋକଙ୍କ ପାଇଁ ଅମୃତ ପାନୀୟ ସଦୃଶ ଥିଲା l କାଚ କେନ୍ଦୁ ଭଳି ନାରିକେଳ ପାଣି ସଦୃଶ ଏହାର ଜଳକୁ ଆଞ୍ଜୁଳାରେ ନେଇ ପିଉଥିଲେ l ଭୁବନେଶ୍ୱର ଦେଇ ଯାଇଥିବା ସବୁ ପ୍ରାକୃତିକ ଜଳ ଉତ୍ସ ସହରର ସମସ୍ତ ବର୍ଜ୍ୟ ପାଣିକୁ ଏଥିରେ ବି ଏମ ସି ଛାଡି ଦେଇ ତାକୁ ଗଙ୍ଗୁଆରେ ମିଶାଇ ଆଜି ଗଙ୍ଗୁଆକୁ ମୃତ ନଦୀ ସଜେଇ ଦେଇଛି l ଏହି ଗଙ୍ଗୁଆର ବିଷାକ୍ତ ଜହର ପାଣି ବର୍ତମାନ ଦୟାକୁ କବର ଦେବା ପାଇଁ କମାଣ କଷୁଛି l ଗଙ୍ଗୁଆ ପୁନଃରୁଦ୍ଧାର ପାଇଁ ଅନେକ ପ୍ରୟାସ ହୋଇଛି ହେଲେ ଫଳ ଶୂନ l ଗଙ୍ଗୁଆକୁ ନାଳ ନ କହି ନଦୀ ରୂପେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି । ରାଜ୍ୟର ସର୍ବାଧିକ ପ୍ରଦୂଷିତ ଗଙ୍ଗୁଆର ପୁନଃରୁଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱରର କିଛି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ l ଓଡିଶା ମନସ୍କ ଅନୁଷ୍ଠାନ ପକ୍ଷରୁ ସେଭ ଗଙ୍ଗୁଆ ନାମରେ ଏକ ବ୍ୟାନରରେ ଅଭିନବ ଉପାୟରେ ସମ୍ମିଳିତ ଉଦ୍ୟମ ଚଳାଇଛନ୍ତି l ଏହି କ୍ରମରେ ଏକ ପଦଯାତ୍ରା, ଅନ୍ୱେଷଣ, ସଚେତନ, ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମନ୍ତରାପୁର ଗଙ୍ଗୁଆ ବ୍ରିଜ ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ଗଙ୍ଗୁଆ କୂଳେ କୂଳେ ବରୁଣେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା l ପଦଯାତ୍ରା ସମୟରେ ଯେଉଁ ତଥ୍ୟ, ସୂଚନା, ଦୃଶ୍ୟ ହସ୍ତଗତ ହେଲା ତାକୁ ସମ୍ପୂର୍ଣ ବିସ୍ଲେସଣ କରି ହେବ ନାହିଁ l ଗଙ୍ଗୁଆ କୂଳେ କୂଳେ ବ୍ରାହ୍ମ୍ଚେଶ୍ୱର ଗୋକର୍ନେଶ୍ୱର, ବlରୁଣେଶ୍ୱର ଭଳି ଅନେକ ଐତିହ୍ୟ କୀର୍ତ୍ତିରାଜି ରହିଛି l ଗସ୍ତ ସମୟରେ ବରୁଣଶ୍ୱର ମନ୍ଦିର ନିକଟରେ ଏକ ବାରୁଣୀ ଘାଟ ରହିଛି ଯେଉଁଠି ପ୍ରତି 12 ବର୍ଷରେ ଠାରେ ବାରୁଣୀ ସ୍ନାନ ହୁଏ ସେଠାକୁ ପ୍ରଭୁ ଲିଙ୍ଗରାଜ ଓ କପିଳନାଥଙ୍କ ବିଜେ ପ୍ରତିମା ଆସିଥାନ୍ତି l ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଥିବା ବାରୁଣୀ ଘାଟରେ ସ୍ନାନ ପାଇଁ ଆସନ୍ତି ହେଲେ ବର୍ତମାନ କେବଳ ପ୍ରଥା ହେଉଛି l ପଦଯାତ୍ରା ସମୟରେ, ଗଙ୍ଗୁଆ ସମ୍ବନ୍ଧରେ କବିତା, ଚିତ୍ର, ସଂଗୀତ, ପୂର୍ବ ଇତିହାସ ପଠନ ଆଦି କରାଯାଇଥିଲା l ଆଜି ଯଦି ଗଙ୍ଗୁଆ ର ପୁନଃରୁଦ୍ଧାର ନକରାଯାଏ ତେବେ ଦୟା, ଚିଲିକା ମଧ୍ୟ ନଷ୍ଟ ଭ୍ରଷ୍ଟ ହୋଇଯିବ l ଆସନ୍ତା ଦିନରେ ଅନେକ ଠୋସ କାର୍ଯ୍ୟକ୍ରମ ହାତକୁ ନେଇ ଗଙ୍ଗୁଆ ପୁନଃରୁଦ୍ଧାର କରାଯିବାକୁ ଆଜି ବରୁଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକ ରେ ନିଷ୍ପତି ନିଆଯାଇଛି l ଓଡ଼ିଶା ମନସ୍କ, ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆଞ୍ଚଳିକ ବିକାଶ କମିଟି, କlପୋ୍କର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମରେ ସୁଦର୍ଶନ ଦାସ, ସଂଗ୍ରାମ ପାଇକରାୟ, ପ୍ରସନ୍ନ ବିଷୋୟୀ, ସଚିକାନ୍ତ ପ୍ରଧାନ, ପ୍ରଦୀପ ତରାଇ, ସୋନାଲି ପ୍ରୀୟଦର୍ଶୀନି, ଋତୁ ପଟନାୟକ, ପାର୍ଥସାରଥୀ ରାୟ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page