ସୋନପୁରରେ ଅମିତ ଶାହାଙ୍କ ବିଶାଳ ସମାବେଶ

ସୋନପୁର: ସୋନପୁରରେ ଅମିତ ଶାହା କଲେ ବିରାଟ ସଭା କରିଛନ୍ତି । ଏହି ନିର୍ବାଚନୀ ସଭାରେ ସେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହା ସୋନପୁର ମଞ୍ଚରୁ ବିଜେଡିକୁ ଟାର୍ଗେଟ୍ କରି ଖଣି, ପାଣି ଓ ଅଫିସର ରାଜ କଥା ଉଠାଇଛନ୍ତି । ଶାହା ପରୋକ୍ଷରେ ନବୀନ ପଟ୍ଟନାୟକ ଓଡିଆ କହିପାରୁ ନଥିବା କଥାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଯେଉଁ ସରକାର ଓଡିଶାର ଭାଷା, ସଂସ୍କୃତି ଓ ଧର୍ମର ଗୌରବ ବୃଦ୍ଧି କରି ନପାରିବ ସେ ସରକାର ଓଡିଶାକୁ ଆଗକୁ ନେଇ ପାରିବ ନାହିଁ । ତେଣୁ ଓଡିଶାର ଭାଷା, ସଂସ୍କୃତି ଓ ଧର୍ମର ରକ୍ଷା ପାଇଁ ଓଡିଶାବାସୀ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ କରନ୍ତୁ । ସେ ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଓଡିଶା ସରକାର ରାଜ୍ୟକୁ ବିକାଶ ଠାରୁ ଦୂରେଇ ରଖିଛି । ରାଜ୍ୟରେ ୨୫ ବର୍ଷ ହେବ ଅଫିସରମାନଙ୍କ ରାଜ୍ ଚାଲିଥିବା ଶାହା ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟ ସରକାର ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଥିବା ଶାହା କହିଛନ୍ତି । ଅନ୍ୟପଟେ ବିଜେପି ଶାସିତ ରାଜ୍ୟକୁ ପ୍ରଶଂସାରେ ପୋତି ପକାଇଛନ୍ତି ଅମିତ ଶାହା । ସେ କହିଛନ୍ତି କି ଯେଉଁ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଛି , ସେହି ରାଜ୍ୟରେ ବିକାଶର ଗଙ୍ଗା ବହୁଛି । ଓଡିଶାରେ ସବୁଠାରୁ ଅଧିକ ପାଣି ରହିଥିବା ବେଳେ ଏହାକୁ ବ୍ୟବହାର କରି ଓଡିଶାବାସୀଙ୍କ ଭାଗ୍ୟବଦଳାଇବାରେ ବିଜେଡି ସରକାର ବିଫଳ ହୋଇଛି । ଦାଦନ ଦୁôଃଖକୁ ମଧ୍ୟ ଉପଲବ୍ଧି କରିଛନ୍ତି ଶାହା । ସେ କହିଛନ୍ତି କି, ଲକ୍ଷ ଲକ୍ଷ ଓଡିଆ ଅନ୍ୟ ରାଜ୍ୟ କିମ୍ବା ବିଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି । ନବୀନ ସରକାର ଭାଙ୍ଗି ଡବଲ ଇଂଜିନ ସରକାର ହେଲେ ରାଜ୍ୟରେ ଦାଦନ ଦୁଃଖ ରହିବ ନାହିଁ । ଓଡିଶାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ବରଂ ବାହାର ଦେଶ ଓ ବାହାର ରାଜ୍ୟର କମ୍ପାନୀ ମାନେ ଓଡିଶା ଆସିବେ । ମାଗଣା ରାସନ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମଧ୍ୟ ବିଜେଡିକୁ କଟାକ୍ଷ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page