ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ଜନ୍ମ ଜୟନ୍ତୀ

କାଳୀ ପ୍ରସାଦ ସାମନ୍ତରାୟ ଥିଲେ ଶିକ୍ଷା ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ
ଭୁବନେଶ୍ୱର
: ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଓଡ଼ିଆ ଭାଷାପ୍ରାଣ, ବିଜୁପଟନାୟକ କମ୍ପ୍ୟୁଟର ଏକାଡେମୀର ପ୍ରତିଷ୍ଠାତା ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବମିଖାଲ ସ୍ଥିତ ମଦର ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥି ମୁଖ୍ୟ ଅତିଥି ଭାବେ, ସଂସ୍କୃତି ପୁରୁଷ, ବିଶିଷ୍ଟ ଭାଷାପ୍ରାଣ ଡ଼ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମ୍ମାନିତ ଅତିଥି ଭାବେ, ଓଡିଶା ନାଗରିକ ମହାମଞ୍ଚର ଉପସଭାପତି, ସମାଜସେବୀ ଡ଼ ପ୍ରଦୀପ କୁମାର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ କାଳୀ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ. ଅନୁଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ ସୀତା ବଲ୍ଳଭ ମହାପାତ୍ରଙ୍କ ପୌରାହିତ୍ୟରେ ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ ଯେ ଶିକ୍ଷା, ସମାଜସେବା, ରକ୍ତଦାନ, ଭାଷା, ବୃକ୍ଷରୋପଣ ସହିତ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରାଇବା ସହିତ ଝାଡ଼ଖଣ୍ଡ ରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷା କରାଇବା ରେ ମୁଖ୍ୟ ଭୂମିକା ନେବା ସହିତ ମହାପୁରୁଷ ଓ ଶହୀଦମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରିବା, କାଳୀବାବୁ ହିଁ ଶୁଭାରମ୍ଭ କରିଥିଲେ I ଗରିବ, ଅଭାବୀଙ୍କୁ ମୁକ୍ତ ଭାବେ ଶିକ୍ଷା ପ୍ରଦାନ ସହିତ ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ I ଡ଼ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରି କହିଥିଲେ ଯେ ଏପରି ବ୍ୟକ୍ତିତ୍ୱଙ୍କ ମୃତ୍ୟୁ ନାହିଁ I ଆଜିର ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ, ଏହାହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି. କାର୍ଯ୍ୟକ୍ରମକୁ ସ୍ମରଣିକା ମଲ୍ଲିକ, ଗୀତାରାଣୀଙ୍କ ସହିତ ଅନୁଷ୍ଠାନର ବିଦ୍ୟାର୍ଥୀମାନେ ପରିଚାଳନା କରିଥିଲେ ବୋଲି ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News