୧୮ ତମ ୬୪ ଯୋଗିନୀ ମହୋତ୍ସବ ଅନୁଷ୍ଠିତ

ବାଲିଅନ୍ତା,୨୬|୧୨(ନି. ପ୍ର): ବାଳକାଟି ସ୍ଥିତ ହୀରାପୁର ଗ୍ରାମର ପ୍ରସିଦ୍ଧ ତନ୍ତ୍ରପୀଠ ୬୪ ଯୋଗିନୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି ୧୮ ତମ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ l ଏଥିରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ ଯୋଗଦେଇ ଏହାକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଉଦଘାଟନ ଉତ୍ସବରେ ଓଡିଶୀ ନୃତ୍ୟରେ ଝୁମିଥିଲେ ଦର୍ଶକ l ଆନ୍ତର୍ଜାତୀକ କ୍ଷାତିସମ୍ପନ୍ନ ନୃତ୍ୟଅନୁଷ୍ଠାନ ‘ଆରାଧନା ଡ୍ୟାନ୍ସ ଏକାଡେମୀ’ର କଳାକାରଙ୍କ ଦଳଗତ ପ୍ରସ୍ତୁତି ନବକିଶୋର ମିଶ୍ରଙ୍କ ରଚନାରେ ସୁକାନ୍ତ କୁମାର କୁଣ୍ଡୁ ଓ ରୂପକ କୁମାରଙ୍କ ସଙ୍ଗୀତ ରଚନା, ଗୁରୁ ଧନେଶ୍ୱର ସ୍ୱାଇଁ ଓ ଅଜୟ ଚୌଧୁରୀଙ୍କ ବାଦ୍ୟ ସଂଯୋଜନା ଏବଂ ଗୁରୁ ଚିତ୍ରସେନ ସ୍ୱାଇଁଙ୍କ ନୃତ୍ୟ ସଂଯୋଜନାରେ କଳାକାରଙ୍କ ଦ୍ୱାରା ନୃତ୍ୟ ‘ବାର ମାସ ତେରପର୍ବ- ପର୍ବର ରଙ୍ଗ’ ପରିବେଷଣ ବେଶ ମନ୍ତ୍ରମୁଗ୍ଧ କରିଥିଲା ଦର୍ଶକଙ୍କୁ l ଆଜିର ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଅଧ୍ୟାପକ ସଚ୍ଚିକାନ୍ତ ନାୟକ ଓ ସାଥି କଳାକାରଙ୍କ ଦ୍ୱାରା ମା’ ୬୪ ଯୋଗିନୀ ଉପରେ ଆଧାରିତ “ଜଗତ ଜନନୀ ” ସଙ୍ଗୀତ ପରିବେଷଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ପରେ ପରେ କଣ୍ଟଶିଳ୍ପୀ ମାନଙ୍କ ବିଭିନ୍ନ ଭଜନ ପରିବେଷଣ ଶ୍ରୋତାମାନଙ୍କୁ ଶୀତୁଆ ରାତିରେ ବାନ୍ଧି ରଖିଥିଲା l ଦ୍ଵିତୀୟ ପ୍ରସ୍ତୁତୀରେ ମୟୁରଭଞ୍ଜ ଜିଲ୍ଲା ବାରିପଦାର ଲୋକକଳା ଛଉନୃତ୍ୟ ପରିବେଷଣ କରିଥିଲେ l ଗୁରୁ ପ୍ରଦ୍ୟୁମ୍ନ କୁମାର ମହନ୍ତଙ୍କ ନୃତ୍ୟ ସଂଯୋଜନାରେ ପ୍ରାୟ ୧୫ ଜଣ କଳାକାର ଏହି ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବେଶ ମନୋରଞ୍ଜନ ଦେଇଥିଲା l ନୃତ୍ୟରେ ମୟୁରଭଞ୍ଜ ସମ୍ପ୍ରଦାୟର ଲୋକମାନେ ତାଙ୍କର ଚାଷ କାର୍ଯ୍ୟ ସରିଲା ପରେ ଫସଲ ଉତ୍ପାଦନର ଖୁସିରେ ଦମ୍ପତି ମାନଙ୍କ ନୃତ୍ୟ ଏହି ଧଜା, ତାଳ, ତାମୁଡ଼ିଆ ନୃତ୍ୟ ମାଧ୍ୟମରେ ଦର୍ଶାଇ ଥିଲେ କଳାକାର ମାନେ l ଶେଷରେ ଖୋର୍ଦ୍ଧା ଜିଲ୍ଲାରୁ ଆସିଥିବା ଉତ୍କଳ ପାଇକ ଆଖଡ଼ାର କଳାକାର ମାନେ ବିଭିନ୍ନ ସମରକଳା ପ୍ରଦର୍ଶନ କରି ଓଡ଼ିଆ ପୁଅର ବିରତ୍ୱର ଗାଥାକୁ ପ୍ରସ୍ପୁଟିତ କରିଥିଲେ l ଆଜିର ଏହି ଉଦଘାଟନ ଉତ୍ସବର ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାଶବକ ଦ୍ୱାରା ରଚିତ ‘ମୋ ଗାଁ ହୀରାପୁର’ ପୁସ୍ତିକା ଉନ୍ମୋଚନ ହୋଇଥିବା ବେଳେ ପରିବେଷଣ କରିଥିବା ସମସ୍ତ କଳାକାରଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହୀରାପୁର ଗ୍ରାମ୍ୟକମିତି ସଦସ୍ୟ ସମେତ ଶିକ୍ଷାବିତ ବ୍ରଜ କିଶୋର ମହାନ୍ତି, ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ବରିଷ୍ଠ ବିଜେଡି ନେତା ଅଚ୍ୟୁତାନନ୍ଦ ପାତ୍ର, ବିଜେଡି ବାଲିଅନ୍ତା ବ୍ଲକ ସଭାପତି ପ୍ରଦୀପ୍ତ ଜେନାମାଣି, ବାଲିପାଟଣା ବ୍ଲକ ସଭାପତି କିଶୋର ଜେନା, ଯୁବନେତା ମାନସ ନାୟକ, ଗଙ୍ଗାଧର ମାହାରୀ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page