୪୮ତମ ବୈଶାଖୀ ଉତ୍ସବ ଆୟୋଜିତ

ଗତ ୧୬ ତାରିଖ, ବୁଧବାର ସନ୍ଧ୍ୟାରେ ଚିନ୍ତା ଓ ଚେତନା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୪୮ତମ ବୈଶାଖୀ ଉତ୍ସବର ଦ୍ବିତୀୟ ସନ୍ଧ୍ୟା ଆୟୋଜିତ ହେବା ଅବସରରେ, ମୁଖ୍ୟ ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ଶତପଥୀ ଯୋଗଦାନ କରିବା ସହିତ ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ରାଷ୍ଟ୍ରୀୟ ମହାସଚିବ ସୁରେନ୍ଦ୍ର ଦାସ,କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁଗ୍ମ ସଚିବ ଡ. ମନ୍ଦିର ସାହୁ ଦୂରଦର୍ଶନ ଉପସ୍ଥାପକ
ଅଶୋକ ପାରେ, ଅବସରପ୍ରାପ୍ତ ପ୍ରଧାନ ଆୟକର ଆଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଧରିତ୍ରୀ’ ଏବଂ ଓଡ଼ିଶା ପୋଷ୍ଟ’ର ମୂଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, କସ୍ତୁରୀକା ପଟ୍ଟନାୟକ ପ୍ରମୁଖ
ଯୋଗଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହରେକୃଷ୍ଣ
ମହତାବ, ପୂର୍ବତନ ଜାତୀୟ ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପଅର୍ଘ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ଡକ୍ଟର ପ୍ରିୟଙ୍କା ମିଶ୍ର ଦେବଦାସୀ ନୃତ୍ୟରେ, କାହିଁଗଲେ ମୁରଲୀ ଫୁଙ୍କା ପରିବେଷଣ କରିଥିବା ସହିତ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ମଞ୍ଚକୁ ଅଣା ଯାଇଥିଲା। ଅତିଥିମାନଙ୍କ ଅଭିଭାଷଣ ପରେ ଗୁରୁ ଡଃ ଗଜେନ୍ଦ୍ର ପଣ୍ଡାଙ୍କ ତ୍ରିଧାର ଅନୁଷ୍ଠାନ ଭୁବନେଶ୍ଵର ପକ୍ଷରୁ ରାମାୟଣ ଆଧାରିତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ତ୍ରିନେତ୍ର କଳାକୁଞ୍ଜ କଟକ ପକ୍ଷରୁ କାଳୀନୃତ୍ୟ, ଗଞ୍ଜାମର ପଲ୍ଲୀ ନୃତ୍ୟ ଆଦି ଦର୍ଶକଙ୍କ ମନ ମୋହିଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page