ଇସ୍କନ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ଭୁବନେଶ୍ୱର ତା 09/07/26 ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ l ମାତ୍ର ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଗଜପତିଙ୍କ ଚିଠି ଓ ଅନୁରୋଧକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି l ଏହା କୌଣସି ମତେ ଗ୍ରହଣୀୟ ନୁହେଁ, ଓ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଛନ୍ତି l ପୌରାଣିକ ଶାସ୍ତ୍ର ଅନୁସାରେ 12ଶ ଶତାବ୍ଦୀରୁ ରାଜା ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବଙ୍କ ସମୟରୁ ରଥଯାତ୍ରା ପରମ୍ପରା ପ୍ରଚଳିତ l ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିଦିନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ l ବାରମ୍ବାର ଇସ୍କନ ଅଦିନିଆ ରଥଯାତ୍ରା ଦେଶ ବିଦେଶରେ ଆୟୋଜନ କରି କୋଟି କୋଟି ଜଗନ୍ନାଥ ପ୍ରେମୀ, ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଖେଳୁଛି l ସରକାର ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଇନର ସହାୟତା ନିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ l ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସଂଯୋଜକ ନାରାୟଣ ଓଝା, ଓଡିଶା ନାଗରିକ ମହାମଞ୍ଚ ସାଧାରଣ ସମ୍ପାଦକ, ଶିକ୍ଷାବିତ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ,ନାରାୟଣ ସେବା ଫାଉଣ୍ଡେସନ ସମ୍ପାଦିକା ସମିତା ମହାରଣା, ସାମ୍ବାଦିକ କିଶନ ବରାଇ ଭାଷାପ୍ରାଣ ସନ୍ତୋଷ ଲେଙ୍କା ପ୍ରମୁଖ ଗଭିର ଅସନ୍ତୋଷ ବ୍ୟକ୍ତ କରିବା ସହ ଦୃଢ ନିନ୍ଦାକରିଥିଲେ l ବହୁ ବୁଦ୍ଧିଜୀବି ସଂସ୍କୃତି ଭାଷାପ୍ରାଣ ଭାରତରୁ ଇସ୍କନ କୁ ବାହାର କରିବା ପାଇଁ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି l ଏଠାରେ ସୂଚନାଯୋଗ୍ୟ ଯେ କାନାଡ଼ା, ଇଉରୋପ,ଆମେରିକା,ଇଂଲଣ୍ତ,ଏସିଆ, ଅଷ୍ଟ୍ରେଲିଆ ସହିତ ଭାରତର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ଅନ୍ୟାନ କାର୍ଯ୍ୟକ୍ରମ ବିନା ତିଥି ଓ ଶାସ୍ତ୍ର ବିରୋଧରେ ଯାଇ କରିଆସୁଛି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page