ବାଲିଡିହି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ଚିଲିକା, ୫।୯:ଗଣଶିକ୍ଷା ବିଭାଗର ପୂର୍ବ ନିର୍ଦ୍ଦେଶ କ୍ରମେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବାଲିଡିହି ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ସେଠୀଙ୍କ ସଭାପତିତ୍ବରେ ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଅଛି। ସର୍ବ ପ୍ରଥମେ ଅଥିତି ଗୁରୁଜୀ ମାନଙ୍କୁ ମଞ୍ଚାସୀନ କରାଇ ସମ୍ମୁଖ ଭାଗରେ ଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୟୋଳନ ସହିତ ଧୂପ ଓ ଚନ୍ଦନ ଅର୍ପଣ କରାଯାଇଥିଲା। ଛାତ୍ର ,ଛାତ୍ରୀ ମାନଙ୍କ ଦ୍ଵାରା ଆବାହନୀ ସଙ୍ଗୀତ ଗାନ ପୂର୍ବକ ନିମନ୍ତ୍ରିତ ହୋଇଥିବା ଏହି ଅଞ୍ଚଳର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ମାନଙ୍କୁ ଅଦ୍ୟ ଏହି ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ଓ ଗୁରୁ ମାନଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଆୟୋଜିତ ସଭାରେ ଗୁରୁ ସର୍ବଶ୍ରୀ ରାଜେନ୍ଦ୍ର ପ୍ରସାଦ ରଥ ,ବ୍ରଜ ସୁନ୍ଦର ମିଶ୍ର ଏବଂ ସନ୍ତୋଷ କୁମାର ଷଡଙ୍ଗୀ ଗୁରୁ ଦିବସ ର ଉଦ୍ଦେଶ୍ୟ,ତାତ୍ପର୍ଯ୍ୟ ଓ ମହତ୍ତ୍ଵ ସମ୍ପର୍କରେ ପୃଥକ୍ ପୃଥକ୍ ଭାବେ ଆଲୋକପାତ କରି ଉପସ୍ଥିତ ଥିବା ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର , ଛାତ୍ରୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।ଗୁରୁ ଶିଷ୍ୟ ପରମ୍ପରାର ଆଦର୍ଶରେ ନିଜ ନିଜକୁ ସାଧକ ଭଳି ଜୀବନ ବ୍ୟାପି ଗଢିବାରେ ପ୍ରୟାସର ଧାରା କୁ ଅନୁସରଣ କରିବା ନିମନ୍ତେ ସଙ୍କଳ୍ପିତ ରହିବା ପାଇଁ ଉପଦେଶ ପ୍ରଦାନ କରିଥିଲେ। ଛାତ୍ର,ଛାତ୍ରୀ ମାନଙ୍କର ଗୁରୁ ଦିବସର ବକ୍ତୃତା ସହ ଉପସ୍ଥିତ ସମସ୍ତ ଗୁରୁଜୀ ସର୍ବଶ୍ରୀ ପ୍ରଦୀପ କୁମାର ସାହୁ ,ରବି ନାରାୟଣ ସାହୁ,ମାନସ ପଲାଇ ଓ ଗୂରୁମା ସୁଶ୍ରୀ ତନୁଜା ଘଡାଇ,ଶ୍ରୀମତୀ ସୁମତି ଘଡାଇ ସଭା ପରି ଚାଳନାରେ ସହଯୋଗ କରି ପିଲାମାନଙ୍କ ନିମନ୍ତେ ନିଜ ନିଜର ଆଶିଷ ବାର୍ତ୍ତା ରଖିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭାପତି ମହୋଦୟ ସଭା ସାଙ୍ଗ ଘୋଷଣା କରିଥିଲେ।


ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page