ଚିଲିକା,୧୦।୪: ସ୍ୱତନ୍ତ୍ର ଉତ୍କଳ ଦିବସ ପାଳନ ଠାରୁ ଓଡିଶା ସରକାର ଏବଂ ବିଭିନ୍ନ ସାମାଜିକ , ସାଂସ୍କୃତିକ ଓ ସେବା ଅନୁଷ୍ଠାନ ତରଫରୁ ପ୍ରାୟୋଜିତ ବିଭିନ୍ନ ଦିବସ ପାଳନ ଅବସରରେ ବାଣପୁରର ଅଗ୍ରଣୀ ସେବାନୁଷ୍ଠାନ ଏକତା ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ କଳାକାର ସମ୍ବର୍ଦ୍ଧନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । I ଅନୁଷ୍ଠାନ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ପ୍ରମୁଖ ସଂଧ୍ୟାଦେବୀ ଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକାର ସଭାପତି ରଙ୍କ ନାଥ ସେଠୀ ମୁଖ୍ୟ ଅତିଥି ,ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା, ନାଟ୍ୟକାର ମହେଶ୍ୱର ଜେନା ସମ୍ମାନୀତ ଅତିଥି , କବି ଶେଷ ଦେବ ମହାରଣା, କବିଶଶି ଭୂଷଣ ବରାଳ , ଆମ ଭାଷା ସାହିତ୍ୟ ସଂସ୍କୃତିର ସଭାପତି ଗାଳ୍ପିକ ସୁଶାନ୍ତ କୁମାର ଦାଶ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର , ଶିକ୍ଷାବିତ୍ ଶଙ୍କର ନାୟକ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ଓଡ଼ିଆ ଭାଷା , ସାହିତ୍ୟ , କଳା, ସଂସ୍କୃତି ଉପରେ

ଆଲୋକପାତ କରି ବାଣପୁର ଅଞ୍ଚଳର ପ୍ରାଚୀନ ପାଲା, ଦାସକାଠିଆ,ଦଣ୍ଡନୃତ୍ୟ , ସଂକୀର୍ତ୍ତନ, ଓଡ଼ିଶୀ ନୃତ୍ୟ ସଂଗୀତର କଳାକାରମାନଙ୍କୁ ଉପଯୁକ୍ତ ସମ୍ମାନ ଜଣାଇ ଏହାର ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଆଜିର ଦିବସରେ ସଂକଳ୍ପ ନେଇଥିଲେ । ଏହି ଅବସରରେ ସ୍ଥାନୀୟ ପାଲାକାର ଶିକ୍ଷାବିତ ଶ୍ରୀଯୁକ୍ତ ବିଭୂତି ଭୂଷଣ ଦାଶ ଓ ସାଥି ପାଲା ପରିବେଷଣ କରିଥିବା ବେଳେ, କଳାକାର ପ୍ରମୋଦ କୁମାର ମହାପାତ୍ର , ଗୋଲକବିହାରୀ ସେଣ , ଏବଂ କାହ୍ନୁଚରଣ ନାୟକ, ଗଦାଧର ନାୟକ ଦାସକାଠି ପରିବେଷଣ କରିଥିଲେ , ମା’ ଭଗବତୀ କଳାନିକେତନର ପ୍ରମୁଖ ଶ୍ରୀମତୀ ହରପ୍ରିୟା ବାରିକ ଓ ସାଥି କଳାକାରଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ସମସ୍ଥ କଳାକାରମାନଙ୍କୁ ଟ୍ରଷ୍ଟ ତରଫରୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନୁଷ୍ଠାନରବିରେନ୍ଦ୍ରକୁମାର ବେହେରା, ଦେବା ଶୀଷ ପଣ୍ଡା, ରଂଜନ ପ୍ରଧାନ, ଟୁନିଦାସ, ସୁରେନ୍ଦ୍ର ଶବର ଓ ସୁଶାନ୍ତଶବର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି