ଓଡ଼ିଆ ଚଳଚିତ୍ର ଜଗତର ସଫଳତା

Priyabrata Barik: ଭୂବନେଶ୍ୱର,୨୭ଏପ୍ରିଲ: ଅନେକ ଦିନ ଧରି ଓଡ଼ିଆ ସିନେମା ରୁ ଦର୍ଶକ ମାନଙ୍କର ଆଗ୍ରହ କମି କମି ଯାଉଥିବା ବେଳେ, ଏବେଏବେ ମୁକ୍ତିଲାଭ କରିଛି ଅନେକ ଗୁଡିଏ ଚଳଚତ୍ର ସେଗୁଡିକ ହେଲା ବୋଉ,ବୁଟୁ ଭୂତ, କାଙ୍ଗୁଲା, ବରବଧୂ, ମୁରବୀ, ଦର୍ପଣ,ବିନ୍ଦୁସାଗର,ଆଫା, ଏବେ ମୁକ୍ତିଲାଭ ଅପେକ୍ଷାରେ ଅଛି ମନ୍ତ୍ରମୁଗ୍ଧ ଏକ ହରହର ସିନେମା । ଏବେ କିନ୍ତୁ ଦର୍ଶକ ମାନଙ୍କୁ ପୁଣିଥରେ ପ୍ରେକ୍ଷାଳୟକୁ ଟାଣି ଆଣିଛି । କାହିଁକି ନା ଆଗରୁ ସମସ୍ତେ ଭାବୁ ଥିଲେ ଯେ ଓଡିଆ ସିନେମା ଅନ୍ୟ ସିନେମାକୁ କପି କରାହେଇଛ । ଏବେ କିନ୍ତୁ ଓଡିଆ ସିନେମା ଓଡିଶାର କଳା ସଂସ୍କୃତି ମାତୃଭାଷା ପରମ୍ପରା ଅକ୍ଷୁର୍ଣ୍ଣ ରଖି ସଫଳତା ହାସଲ କରିବା ନିଶ୍ଚୟ ଗୌରବର ବିଷୟ । ଏହି ସଫଳତା କେବଳ ନିର୍ମାତା, ନିଦ୍ଦେର୍ଶକ,ଅଭିନେତା, ଅଭିନେତ୍ରୀ,ମ।ନଙ୍କର ନୁହଁ ବଂର ସମଗ୍ର ଟିମ୍ ର,ଏକତ୍ର ଅକ୍ଲାତ ପରିଶ୍ରମର ଓ ଦର୍ଶକ ମାନଙ୍କ ଗ୍ରହଣୀୟତାର ଫଳ । ଆଗାମୀ ୨୮ ତାରିଖରେ ଓଡ଼ିଆଚଳଚ୍ଚିତ୍ର ଜଗତର ୯୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ଆଗାମୀ ଦିନରେ ଅନେକ ସିନେମା ମୁକ୍ତିଲାଭ କରିବାକୁ ଯାଉଛି । ନିଜ ମାଟି, ମାତୃଭାଷା ଓ ନିଜ ରାଜ୍ୟର କଳାକାରଙ୍କୁ ଭଲ ପାଇବା ଏବଂ ତାଙ୍କ ପରିଶ୍ରମର ଫଳ କୁ ବୁଝିବା । ଧିରେଧିରେ ଓଡ଼ିଆ ଚଳଚିତ୍ର ଅନ୍ୟ ରାଜ୍ୟ ମାନଙ୍କ ସିନେମା ଅନୁସାରେ ଢେର ଆଗକୁ ଯାଇପାରିଛ । ଗତ କିଛିଦିନ ତଳେେ ଯେମିତି ଓଡିଆ ସିନେମା (ବୋଉ ବୁଟୁ ଭୂତ) ଜାତୀୟ ସ୍ତରରେ ମାନ୍ୟତା ପାଇ ପୁରସ୍କୃତ ହୋଇପାରିଥିଲା । ।

..-ପ୍ରିୟବ୍ରତ ବାରିକଙ୍କ ରିପୋର୍ଟ ଉତ୍କଳ ବୁଲେଟିନ୍‌

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page