ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ପଶ୍ଚିମ ଦିଗରେ ଅଧିଷ୍ଠିତ ମହାପାଟଙ୍କ ନୂତନ ପୀଠର ପ୍ରତିଷ୍ଠା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ପୀଠ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ଯୋଗଦେଇଥିବାବେଳେ ପ୍ରମୁଖ ସହାୟତାର ହାତ ବଢ଼ାଇଥିଲେ ମିଲନ ମହାନ୍ତି। ଏହି ପୀଠର ପ୍ରତିଷ୍ଠା ଉତ୍ସବକୁ ସୂଚାରୂରୂପେ ସମାପନ ଲାଗି ପ୍ରମୁଖ ସହଯୋଗ କରିଥିଲେ ଉକ୍ତ ଗ୍ରାମର ପାତ୍ର ସାହିର ହଳଧର ପାତ୍ର, ବୁଲୁ ପାତ୍ର, ସରୋଜ ପାତ୍ର, ଅଶୋକ ପାତ୍ର ଓ ଅନ୍ୟ ପ୍ରମୁଖ କ୍ତିବିଶେଷମାନେ। ଉତ୍ସବ ଅବସରରେ ପାତ୍ର ସାହିର ମହିମା କୀର୍ତନ ମଣ୍ଡଳୀ ତରଫରୁ ସଂକୀର୍ତନ କରାଯାଇଥିବା ଦେଖାଯାଇଥିଲା। ଉତ୍ସବରେ ପୂଜକ ଭାବେ ଲିଟୁନ ଶତପଥୀ ପୂଜାର୍ଚ୍ଚନା କରିଥିବାବେଳେ ପୂଜାରେ ଅନ୍ୟାନ୍ୟ ସହାୟତା ପୂଜକ ଭାବେ ଗ୍ରାମର ପୀଠର ପୂଜକ ସତ୍ୟାନନ୍ଦ ଦେହୂରୀ ରହିଥିବା ଦେଖାଯାଇଥିଲା। ଏହି ପୀଠ ବହୁ କାଳରୁ ଏଠାରେ ପ୍ରତିଷ୍ଠିତ ରହିଆସିଥିବାବେଳେ ନୂତନ ପୀଠ ନିର୍ମାଣ ଲାଗି ସରକାରଙ୍କ ତରଫରୁ ପାଂଠି ଯୋଗାଇଦିଆଯାଇଥିବା ଜଣାପଡିଛି। ଏଥିରେ ଗ୍ରାମର ସମସ୍ତ ଭକ୍ତ ଓ ଗ୍ରାମବାସୀ ଯୋଗଦେଇ ଆଶିର୍ବାଦ ଭିକ୍ଷା କରିବା ସହ ପ୍ରସାଦ ସେବନ କରିଥିଲେ।
ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ୍