କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ: ‘ଆସ ହେ ନିଳାଦ୍ରୀ ନାଥ’ ଭଜନ ରିଲିଜ୍।

ବାଲିଅନ୍ତା , ୧୬/୮ (ଗୋବର୍ଦ୍ଧନ ଦାସ):
ଭୁବନେଶ୍ୱର ଉପକଣ୍ଠସ୍ଥିତ ଗଡ଼କଣ୍ଟୁଣିଆ ସୁଦର୍ଶନ ଦାରୁ ପୀଠ କାର୍ଯ୍ୟାଳୟରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘କାଞ୍ଚନ ଫାଉଣ୍ଡେସନ’, ଗ୍ରୀନ ଜୟଦେବ ଫାଉଣ୍ଡେସନ ଓ ଅରବିନ୍ଦ ୟୁଥ୍ ସୋସିଆଲ ଚାରି ଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିକୂଳ ପାଗକୁ ଖାତିର ନକରି ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକୁ ବି.ଏମ୍.ସି. ହସ୍ପିଟାଲ୍ ବ୍ଲଡ୍ ବ୍ୟାଙ୍କ୍ ପକ୍ଷରୁ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ଦର୍ପଣ ମ୍ୟୁଜିକ ପ୍ରାୟୋଜିତ ଏବଂ ଯୁବ ପ୍ରଯୋଜକ ଶ୍ରୀଲିପ ପ୍ରଧାନଙ୍କ ପ୍ରଯୋଜନାରେ ନିର୍ମିତ ଭକ୍ତିମୂଳକ ଭଜନ ‘ଆସ ହେ ନିଳାଦ୍ରୀ ନାଥ’ ଲୋକାର୍ପିତ ହୋଇଥିଲା। ଏହି ଗୀତରେ ନୂତନ ଭାବେ ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ଗୋପାଳ ବେହେରା, ତପନ ସ୍ୱାଇଁ ଓ ଦୀନବନ୍ଧୁ ଭୋଇ ଅଭିନୟ କରିଛନ୍ତି।

ରକ୍ତଦାନ ଶିବିର ଏବଂ ଭଜନ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢାଲି ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁରେଶ ପଣ୍ଡା, ସଂଳାପକାର ଡଃ ରଜନୀ ରଂଜନ ଦାଶ,ସ୍ଥାନୀୟ ସରପଞ୍ଚ ରମାଲତା ନାୟକ,ଶିଶୁ ସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକ, ବାଲିପାଟଣା ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ ଓଝା, ବାଲିଅନ୍ତା ପ୍ରେସ କ୍ଲବ୍ ସଭାପତି ସୋମନାଥ ସ୍ୱାଇଁ , ମାଗୁଣି ସେଠୀ, ବ୍ରହ୍ମାନନ୍ଦ ସ୍ୱାଇଁ, ତାପସ ମଲ୍ଲିକ ଏବଂ ରଞ୍ଜନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହି ରକ୍ତଦାତା ଓ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ ମଞ୍ଚ ପରିଚାଳନା କରିଥିଲେ। କାଞ୍ଚନ ଫାଉଣ୍ଡେସନର ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page