ନଇରୀ ଅପର୍ତ୍ତି ହାଇସ୍କୁଲରେ ୮୦ତ୍ତମ ସ୍ୱାଧୀନତା ଦିବସ ପାଳିତ।

ଚିଲିକା,୧୬ I୮:ସ୍ଵାଧୀନତା ଦିବସ ଅବସରେ ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ଠାରେ ୮୦ତ୍ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ଓ ସଂସ୍କୃତ ଶିକ୍ଷକ ନଟବର ସେନଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ସ୍ଵାଧୀନତା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୋଗେନ୍ଦ୍ର ନାଥ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଦିବସର ତାତପର୍ଯ୍ୟ ଉପରେ କହିବା ସହ ଆମ ପୂର୍ବପୁରୁଷମାନେ କିପରି ତ୍ୟାଗ ସ୍ୱୀକାର କରି ଦେଶକୁ ସ୍ଵାଧୀନ କରିଥିଲେ ସେ ଉପରେ ଆଲୋକପାତ କରିଥିଲେ ଓ ଆଗମୀ ଦିନରେ ଦେଶମାତୃକାର ସେବା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ନେଇ କଣ୍ଠ ସଂଗୀତ, ବକ୍ତୃତା, ସାଧାରଣଜ୍ଞାନ, କବିତା ଲିଖନ, ଗଳ୍ପ ଲିଖନ,ଚିତ୍ରାଙ୍କନ, ଆବୃତ୍ତି, ଏକକ ଅଭିନୟ, ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ପରିଶେଷରେ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପରିଚାଳନା କମିଟିର ସଭାପତି ଓ ପ୍ରଧାନ ଶିକ୍ଷକ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନଟବର ସେନ ମଞ୍ଚ ପରିଚାଳନା କରିଥିଲେ l ବିଶେଷକରି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅମୋଦିତ କରିଥିଲା

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page