ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ ଉପରେ ମନୋଜ ଜେନାଙ୍କୁ ଭେଟି ଚାମେଲୀ ଓଝାଙ୍କ ଆଲୋଚନା

ଭୁବନେଶ୍ୱର ତା 20 ରିଖ l ବହୁ ଚର୍ଚିତ କେନ୍ଦ୍ରାପଡ଼ା ଜିଲ୍ଲାର ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ କ୍ଷମତାର ଅପବ୍ୟବହାର, ହେପାଜତରେ ଅସଦାଚରଣ ଏବଂ ଆଇନଗତ ସୁରକ୍ଷା ନଦେଇ ଓଲଟା ପୋଲିସ ଦ୍ୱାରା ନିର୍ଯାତନା ମାମଲା କୁ ଜାତୀୟ ମାନବାଧିକାର କମିଶନ ଗୁରୁତର ସହିତ ନେଇଛନ୍ତି l ମାନବାଧିକାରର ସମ୍ପୂର୍ଣ ଉଲ୍ଲଂଘନ ଏବଂ ପୋଲିସ ଅଧିକାରୀମାନଙ୍କ ଦ୍ୱାରା ଧାରା 21 ଅନୁଯାୟୀ ତାଙ୍କର ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତା ତଥା ସମ୍ମାନ ହାନୀ ଉପରେ ତଦନ୍ତ କରି ୧୫ ଦିନ ମଧ୍ୟରେ କମିଶନଙ୍କ ନିକଟରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସ ପି ଙ୍କୁ ନିର୍ଦେଶ ଦେଇଛନ୍ତି ମାନ୍ୟବର କମିଶନ l ଏନ ଏଚ ଆର ସି ର କୋର ମେମ୍ବର ତଥା ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନାଙ୍କ ଆବେଦନ ଉପରେ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି l ତେଣୁ ଏହି ବିବାଦୀୟ ଘଟଣାର ପୃଷ୍ଠଭୂମି ଓ ସତ୍ୟାସତ୍ୟ ତଥା ସଠିକ ତଥ୍ୟ ଓ ଅନୁସନ୍ଧାନ ଏବଂ ମତାମତ ତଥା ଆଲୋଚନା ପାଇଁ ଆଜି ଚେମେଲୀ ଓଝା ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ କାର୍ଯ୍ୟାଳୟକୁ ଅସିଥିଲେ l ସବିଶେଷ ଆଲୋଚନା ପରେ ଖୁବ ଶୀଘ୍ର ମାନ୍ୟବର କମିଶନଙ୍କ ନିକଟରେ ସମସ୍ତ ବଳିଷ୍ଠ ଯୁକ୍ତି ଉପସ୍ଥାପନା ସହ ତ୍ୱରିତ ନ୍ୟାୟ ପାଇଁ ଦସ୍ତାବିଜ ଦାଖଲ କରାଯିବ ବୋଲି ମନୋଜ ଜେନା କହିଛନ୍ତି l ସେପଟେ ସ୍ୱତଃ ଭାବେ ମାମଲାର ଆବେଦନ ପାଇଁ ଚାମେଲୀ ମଧ୍ୟ ଶ୍ରୀ ଜେନା ଙ୍କୁ କୃତଜ୍ଞତା ଜଣାଇଥିଲେ l ସାମାଜିକ ତଥା ମାନବାଧିକାର କର୍ମୀ ପ୍ରସନ୍ନ ବିଷୋୟୀ ଓ ଜଗବନ୍ଧୁ ଜେନା ଉପସ୍ଥିତ ରହି ଆଲୋଚନା କରିଥିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page