ଡାକ୍ତରଙ୍କ ଆନ୍ଦୋଳନ: ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପ୍ରଭାବିତ

ବାଲିଅନ୍ତା,୨|୭(ଗୋବର୍ଦ୍ଧନ ଦାସ):ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ ପକ୍ଷରୁ ଡକାଯାଇଥିବା ଆନ୍ଦୋଳନରେ ଆଜି ଦ୍ଵିତୀୟ ଦିନରେ ରୋଗୀସେବା ବିଶେଷ ଭାବେ ପ୍ରଭାବିତ ହୋଇଛି l ଫଳରେ ଦୂରଦୁରାନ୍ତରୁ ଆସିଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି l ଯାହା ଆଜି ବାଲିଅନ୍ତା ବ୍ଲକର ସର୍ବପୁରାତ୍ତନ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି l ଡାକ୍ତର ମାନେ ୧0 ଦଫା ଦାବି ନେଇ ଭାରପ୍ରାପ୍ତ ସ୍ୱାସ୍ଥ୍ୟଅଧିକାରୀ ଡା. ଗାୟତ୍ରୀ ମିଶ୍ରଙ୍କୁ ପ୍ରଦାନ କରି ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିଥିଲେ l ଫଳରେ ବହିର୍ବିଭାଗ ବନ୍ଦ ଥିଲା l ଦାବି ମଧ୍ୟରେ କେନ୍ଦ୍ରୀୟ ବେତନ କ୍ରମ ଲାଗୁ, ଡାକ୍ତରଙ୍କ ସୁରକ୍ଷା, ଖାଲିପଦଵୀ ପୂରଣ, ଅନ୍ୟାନ୍ୟ ଭତ୍ତା, ବଦଳୀ ନୀତି ଆଦି ରହିଛି l ସେହିପରି ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହିଭଳି ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି l ସେହିପରି ସ୍ୱାସ୍ଥ୍ୟସେବା ପାଇଁ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାଲିଅନ୍ତା ବ୍ଲକ ସମେତ ପିପିଲି, ଭୁବନେଶ୍ୱର ବ୍ଲକର ୧0 ଗୋଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି l ମାତ୍ର ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବ୍ୟାପକ ପ୍ରଭାବିତ ହେଉଥିବା ଲକ୍ଷ କରାଯାଉଛି l ଜଣେ ୨ ଜଣ ଆୟୁଷ ଡାକ୍ତର ରୋଗୀ ଦେଖୁଥିବା ବେଳେ ରୋଗୀଙ୍କ ଲମ୍ବା ଲାଇନ ଲାଗୁଚି l ଫଳରେ ଲାଇନରେ ଠିଆ ହୋଇ ରୋଗୀ ହନ୍ତସନ୍ତ ହେଉଛନ୍ତି l ଏହି ଘଟଣାକୁ ନେଇ ଗତକାଲି ପ୍ରଥମ ଦିନରେ ଅଧିକାଂଶ ରୋଗୀ ଫେରିଥିବା ବେଳେ ଆଜି ମଧ୍ୟ ଅନୁରୂପ ଭାବେ ରୋଗୀ ନିରାଶ ହୋଇ ଫେରିଥିଲେ l ଏଥିପ୍ରତି ଦୃଷ୍ଟି ଦେବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବହୁ ବୁଦ୍ଧିଜୀବୀ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page