୭ ବିତରକଙ୍କୁ ଉମାକାନ୍ତ ଭୋଳ ସ୍ମୃତି ସମ୍ମାନ
ବାଲିଅନ୍ତା,୨୪|୧୦(ଗୋବର୍ଦ୍ଧନ ଦାସ):ସାମ୍ପ୍ରତିକ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ନୀତି ଓ ନୈତିକତା ମଧ୍ୟରେ ରହି ସାମ୍ବାଦିକତା କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ବାଳକାଟି ଅଞ୍ଚଳର ଉଦିୟମାନ ଯୁବ ସାମ୍ବାଦିକ ସ୍ବର୍ଗତଃ ଉମାକାନ୍ତ ଭୋଳଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକ ଦିବସରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବାଳକାଟି ବଜାର ସ୍ଥିତ କ୍ଲବ ଯୁବଶ୍ରୀରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଡ଼. କାଳନ୍ଦୀ ଚରଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବଂକିମ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଚଳଚ୍ଚିତ୍ର ସଂଳାପକାର ଡ଼. ରଜନୀରଞ୍ଜନ ଦାଶ, ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ବେଣୁଧର ଭୋଇ, ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ, କପିଳ ମହାରଣା, ବସନ୍ତ ସାହୁ, ରବି ନାରାୟଣ ପାତ୍ର, ସମାଜସେବୀ ବିଜୟ କୁମାର ନାୟକ, ବିପିନ ପାତ୍ର, ରବିନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ମହାରଣା, ଅରବିନ୍ଦ ସାହୁ, ରଞ୍ଜନ କୁମାର ମହାପାତ୍ର, ଦୀନବନ୍ଧୁ ଭୋଇ, ଗିରିଧାରୀ ସାହୁ, ବିଜୟ ସାହୁ ସମେତ ବାଲିଅନ୍ତା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦେଇ ସ୍ବର୍ଗତଃ ଭୋଳ ଜଣେ ନିର୍ଭିକ ଏବଂ ସ୍ପଷ୍ଟବାଦୀ ସାମ୍ବାଦିକ ଥିଲେ l

ଅଞ୍ଚଳର ସମସ୍ୟା ସମାଧାନ ନିମନ୍ତେ ସର୍ବଦା ତତ୍ପରତା ଥିଲେ ବୋଲି ଅତିଥି ମାନେ କହିଥିଲେ l ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ର ପାଠକଙ୍କ ନିକଟରେ ପହଞ୍ଚାଇବା ବା ବିତରଣ କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ୭ ଜଣ ବିତରକଙ୍କୁ “ଉମାକାନ୍ତ ଭୋଳ ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା l ଏହି ସ୍ମୃତି ସଭାକୁ ସ୍ୱର୍ଗତଃ ଭୋଳଙ୍କ ସାନଭାଇ ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ ପରିଚାଳନା କରିଥିବା ବେଳେ ଯୁବ ସାମ୍ବାଦିକ ଆଶୁତୋଷ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଲେ l ପ୍ରକାଶଥାଉକି ସ୍ୱର୍ଗତଃ ଭୋଳ ପ୍ରଥମେ ‘ସମ୍ବାଦ’ରେ ସାମ୍ବାଦିକତା କରିଥିଲେ ଏବଂ ପରେ ‘ପ୍ରଗତିବାଦୀ’ ଖବରକାଗଜରେ ସହ-ସମ୍ପାଦକ ଭାବେ କାମ କରୁଥିଲେ l ଗତ ୨୦୦୫ ଅକ୍ଟୋବର ୧୫ ତାରିଖରେ ଅଫିସ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା l